ଏୟାର ଆମ୍ବୁଲାନ୍ସରେ ହାଇଦ୍ରାବାଦ୍ ଗଲେ ବଦ୍ରି ପାତ୍ର

ଭୁବନେଶ୍ୱର: ଏୟାରଲିଫ୍ଟ ହେଲେ ଘଷିପୁରା ବିଧାୟକ ବଦ୍ରି ପାତ୍ର  ।  ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ତାଙ୍କୁ ଅଧିକ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଜରିଆରେ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଉଛି । ଗତକାଲି ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା  । ପରେ ବଦ୍ରି ପାତ୍ରଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ମିିଳିଥିବା ସୂଚନା ମୁତୂବାକ ଛାତିରେ ବ୍ଲକେଜ ସହ ଇଣ୍ଟରନାଲ ବ୍ଲିଡିଂ ହେଉଥିବା ଜଣାପଡିଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ପଠାଯାଇଛି  । ଭୁବନେଶ୍ୱରର ଉକ୍ତ ହସପିଟାଲର ଏକ ଡାକ୍ତରୀ ଟିମ ବଦ୍ରି ପାତ୍ରଙ୍କ ସହ ହାଇଦ୍ରାବାଦ ଗସ୍ତ କରିଛି  । ରାତି ୮ଟା ସୁଦ୍ଧା ହାଇଦ୍ରାବାଦ ଏଆଇଜି ହସ୍ପିଟାଲରେ ଆଡ଼ମିଶନ କରାଯିବାର ବ୍ୟବସ୍ଥା କରାଯାଇଛି ।

Leave a Reply