spot_img

Latest Posts

ପ୍ରଦୀପଙ୍କ ଜନବିରୋଧୀ କାର୍ଯ୍ୟର ତାଲିକା ଦେଲେ ଅତନୁ, ପଚାରିଲେ ଦୁର୍ନୀତିଗ୍ରସ୍ତଙ୍କୁ ଘଣ୍ଟ ଘୋଡାଇବା କ’ଣ ?

ଭୁବନେଶ୍ୱର: ପାଠକ ବାପପୁଅଙ୍କ କଳା କାର୍‌ନାମା ପଦାକୁ ଆସିବା ପରେ ସବୁକଥା ହାଟରେ ପଡ଼ି ଦାଣ୍ଡରେ ଗଡୁଛି। ଏହା ପରେ ମଧ୍ୟ ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ସେମାନଙ୍କୁ କ୍ଲିନ୍‌ ଚିଟ୍‌ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ପ୍ରଦୀପଙ୍କ ବିରୋଧରେ ବି ଅଭିଯୋଗ ଆସିଛି, ତାଙ୍କ ଚେହେରା ବି ମଇଳା ହୋଇଛି, ଆଉ ଅଧିକ ସେ ମଇଳା କରିବା ଉଚିତ ନୁହେଁ ।

ଏବେ ଖାଲି ଆଈ ମା’ କାହାଣୀ ପରି ପ୍ରଦୀପ ପାଣିଗ୍ରାହୀ ଗପୁଛନ୍ତି, ମିଛ ଗପ ଅନ୍ତତଃ ନ ଗପନ୍ତୁ । ଅତନୁ କହିଛନ୍ତି, ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତିଙ୍କ କାର୍ଯ୍ୟଶୈଳୀ ବାବଦରେ ସମସ୍ତେ ଜାଣନ୍ତି । କୌଣସି ଲୋକ ଯେତେ କ୍ଷମତାଶାଳୀ ହେଲେ ବି ଯଦି ଜନବିରୋଧୀ କାର୍ଯ୍ୟ କରନ୍ତି, ବିଜେଡିରେ ତାଙ୍କର ସ୍ଥାନ ନାହିଁ । ଏହା ବିଗତ ଦିନରେ ବି ଘଟିଛି । ମନ୍ତ୍ରୀମାନେ ବି ଛାୟା ଦୁର୍ନୀତିରେ ବିଦା ହୋଇଛନ୍ତି ।

ଓଡ଼ିଶାବାସୀ କୋଭିଡ୍‌ ସମୟରେ ଡହଳବିକଳ ହେଉଥିବା ବେଳେ ପ୍ରଦୀପ ପାଣଇଗ୍ରାହୀ ପ୍ଲିଜର ଟ୍ରିପ୍‌ରେ ଯାଇଥିଲେ । ଏ କଥା ବଜାରରେ ବୁଲୁଛି । ଏ କ’ଣ ଜନବିରୋଧୀ ନୁହେଁ କି ? ଦୁର୍ନୀତିଗ୍ରସ୍ତଙ୍କୁ ଘଣ୍ଟ ଘୋଡାଇବା କ’ଣ ଜନବିରୋଧୀ ନୁହେଁ ? ଠକାମୀକୁ କ୍ଲିନ ଚିଟ୍ ଦେବା କ’ଣ ଜନବିରୋଧୀ ନୁହେଁ ? ଏହାର ଅନେକ ଉଦାହରଣ ଅଛି ବୋଲି ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

Latest Posts

Don't Miss