ପରବ ମଞ୍ଚରେ ସାଂସଦ ଓ ବିଧାୟକଙ୍କ ମୁହାଁମୁହିଁ
ନନ୍ଦିଘୋଷ ବ୍ୟୁରୋ: ପରବ ମଞ୍ଚରେ ସାଂସଦ ଓ ବିଧାୟକ ମଧ୍ଯରେ ତୁତୁ ମେମେ । କୋରାପୁଟ ଜିଲ୍ଲା ଲୋକ ମହୋତ୍ସବ ପରବର ଉଦଘାଟନି ସଂଧ୍ଯାରେ ଦେଖିବାକୁ ମିଳିଛି ଏପରି ଦୃଶ୍ଯ । ପ୍ରଥମେ ତାରା ପ୍ରସାଦ ବିହିନୀପତି ତାଙ୍କ ଚିରାଚରିତ ଢଙ୍ଗରେ ଅଭିଭାଷଣ ଆରମ୍ଭ କରି ରାଜ୍ଯ ସରକାରଙ୍କୁ ଜିଲ୍ଲାର ବିଭିନ୍ନ ସମସ୍ଯା ନେଇ ମଞ୍ଚାସୀନ ମୁଖ୍ଯମନ୍ତ୍ରୀଙ୍କ ନିକଟରେ ଦାବୀ ଜଣାଇଥିଲେ । ଜିଲ୍ଲାରେ ସ୍ବାସ୍ଥ୍ଯ ସମସ୍ଯା ବିଗିଡିଥିବା, ଜିଲ୍ଲାରେ ଏକ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା କରିବା, ଜିଏମ୍ସ ପ୍ରତିଷ୍ଠା ଏବଂ ଜୟପୁର ଐତିହ ଜଗନ୍ନାଥ ସାଗରକୁ ପୁନଃଉଦ୍ଧାର କରିବାକୁ ମୁଖ୍ଯମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ତାରା । ଏହାପରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଆସିଥିଲେ ଅଭିଭାଷଣ ଦେବା ପାଇଁ । ସେ ତାରାଙ୍କ ଦାବିକୁ ନେଇ ବିତର୍କ କରିବା ସହ ଜଗନ୍ନାଥ ସାଗରରେ ଦୁର୍ନୀତି ହୋଇଥିବା ମଞ୍ଚରେ କହିଥିଲେ । ଯାହାକୁ ନେଇ ବଳଭଦ୍ର ମାଝୀ ଓ ତାରା ବାହିନୀପତିଙ୍କ ମଧ୍ଯରେ ଯୁକ୍ତି ତର୍କ ହୋଇଥିଲା । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହାର ସମାଧାନ ହୋଇଥିବା ଜଣାପଡିଛି । ଏହାରି ଭିତରେ ମଞ୍ଚରେ ଉଭୟଙ୍କ କଳିର ଦୃଶ୍ଯ ବହୁତ କିଛି ବୟାନ କରୁଥିବା ଦେଖିବାକୁ ମିଳିଛି ।.