ଚଣ୍ଡିଗଡ଼ରେ ବିଜେପି ବିଧାୟକ ଦଳ ବୈଠକ, ଖଟ୍ଟର ନେତା ନିର୍ବାଚିତ

1 min read

ଚଣ୍ଡିଗଡ଼ରେ ହରିୟାଣାର ବିଜେପି ବିଧାୟକ ଦଳ ନେତାଙ୍କ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବିଜେପି ନେତା ମନୋହରଲାଲ ଖଟ୍ଟର ସର୍ବସମ୍ମତକ୍ରମେ ନେତା ନିର୍ବାଚିତ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଖଟ୍ଟରଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ । ଜେଜେପି ସହ ମେଣ୍ଟ ହେବା ପରେ ଏବଂ ଦୁଷ୍ୟନ୍ତ ଚୌତାଲାଙ୍କୁ ଉପଯୁକ୍ତ ପଦ ପ୍ରଦାନ ନେଇ ଡିଲ୍ ହେବା ପରେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଖଟ୍ଟର ଆସନ୍ତାକାଲି ଶପଥ ନେଇପାରନ୍ତି । ଆଜି ରାଜ୍ୟପାଳଙ୍କୁ ଭେଟି ସେ ସରକାର ଗଢ଼ିବା ନେଇ ଦାବି ଜଣାଇବେ । ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ୪୦ ଆସନରେ ବିଜୟୀ ହୋଇଥିବା ବେଳେ ଜେଜେପି ୧୦ଟି ଆସନରେ ବିଜୟୀ ହୋଇଛି । ସ୍ୱାଧୀନ ବିଧାୟକଙ୍କ ସମର୍ଥନ ସହ ବର୍ତ୍ତମାନ ବିଜେପି ପାଖରେ ୫୭ ବିଧାୟକଙ୍କର ସମର୍ଥନ ରହିଛି । ଦ୍ୱିପାବଳୀ ଭଳି ଏକ ଶୁଭ ଦିନରୁ ଆରମ୍ଭ ହେବ ଖଟ୍ଟରଙ୍କର ଦ୍ୱିତୀୟ ଇନିଂସ । ')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.