spot_img

Latest Posts

ଉପାନ୍ତ ଅଞ୍ଚଳରେ ବନ୍ଦ ହୋଇଯାଇଛି ବାୟୁ ସ୍ୱାସ୍ଥ୍ୟସେବା, ରୋଗୀ ଭୋଗୁଛନ୍ତି ସମସ୍ୟା

ନନ୍ଦିଘୋଷ ବ୍ୟୁରୋ : ବନ୍ଦ ହୋଇଯାଇଛି ବାୟୁ ସ୍ୱାସ୍ଥ୍ୟସେବା । ରୋଗୀ ଭୋଗୁଛନ୍ତି ସମସ୍ୟା । ଜରୁରୀ ଚିକତ୍ସା ପାଇଁ ଭୁବନେଶ୍ବର କିମ୍ବା ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି ଲୋକ । ବିଗତ ଦିନରେ ରାଜ୍ୟର ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପଛୁଆ ଜିଲ୍ଲା ମାଲକାନଗିରିରେ ଲୋକଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଆରମ୍ଭ କରିଥିଲେ ବାୟୁ ସ୍ୱାସ୍ଥ୍ୟ ସେବା। ଏହି ଯୋଜନା ଦ୍ଵାରା ମାଲକାନଗିରି ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚଳର ଗୁରୁତର ରୋଗୀଙ୍କୁ ଜିଲ୍ଲା ସଦରରେ ହିଁ ମିଳୁଥିଲା ଉତ୍ତମ ମାନର ସ୍ୱାସ୍ଥ୍ୟ ସେବା। ସହ ସହ ରୋଗୀଙ୍କ ପାଇଁ ଏହା ବରଦାନ ପାଲଟି ଥିବା ବେଳେ ଏହି ସେବା ବର୍ତ୍ତମାନ ବନ୍ଦ ହୋଇ ଯାଇଛି। ଯାହାକୁ ନୂଆ ସରକାର ଆରମ୍ଭ କରିବା ଦିଗରେ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।

ଗତ ୨୦୨୧ମସିହାରେ ନବୀନ ପଟ୍ଟନାୟକଙ୍କ ସରକାର ଆରମ୍ଭ କରିଥିଲେ ବାୟୁ ସ୍ବାସ୍ଥ୍ୟସେବା। ଏହା ଗତ ୨୦୨୩ ମସିହା ଶେଷ ଆଡକୁ ବନ୍ଦ ହୋଇଯାଇଥିବା ବେଳେ ଆଉ ଏହି ସେବା ଆରମ୍ଭ ହୋଇ ପାରିନାହିଁ । ଏହି ଯୋଜନାରେ ବିଶେଷଜ୍ଞ ଡାକ୍ତର ମାନେ ସ୍ୱତନ୍ତ୍ର ବିମାନ ଯୋଗେ ଜିଲ୍ଲାକୁ ଅନେକ ଥର ଆସି ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଥିଲେ । ୫୪୧ ଜଣ ରୋଗୀ ଏହି ଯୋଜନାର ସ୍ଫୁଆଲ ପାଇଥିଲେ । ତେବେ ଏହା ପରଠାରୁ ନା ଆସୁଛନ୍ତି ବିଶେଷଜ୍ଞ ଡାକ୍ତର ନା ଗୁରୁତର ରୋଗୀଙ୍କୁ ମିଳି ପାରୁଛି ଉଚ୍ଚତମ ଚିକିତ୍ସା ସେବା। ସେପଟେ ଯୋଜନା ପୁନଃ ଆରମ୍ଭ ପାଇଁ ଯୋଜନା ଚାଲିଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

Latest Posts

Don't Miss