ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ରାଗିଂ ଘଟଣା, ବିଦା ହେଲେ ୪ ଛାତ୍ର

1 min read

ବ୍ରହ୍ମପୁର: ରାଗିଂ କରି କ୍ଯାମ୍ପସରୁ ବିଦା ୪ ଛାତ୍ର। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ରାଗିଂ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଣ୍ଟି ରାଗିଂ ସେଲ। ରାଗି କରିଥିବା ଚତୁର୍ଥ ବର୍ଷର ୨ ଛାତ୍ରଙ୍କୁ କ୍ଯାମ୍ପସରୁ ବାହାର କରିଛନ୍ତି କର୍ତ୍ତୃପକ୍ଷ। ମେଡିକାଲ କଲେଜର ଜଣେ ଦ୍ବିତୀୟ ବର୍ଷର ଛାତ୍ରକୁ ଚତୁର୍ଥ ବର୍ଷର ୪ ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଥିଲା। ଗତ ୯ ତାରିଖ ବିଳମ୍ବିତ ରାତିରେ କଲେଜର ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଚତୁର୍ଥ ବର୍ଷର ୨ ଛାତ୍ର ମାଡ଼ ମାରିବା ସହିତ ଗାଳିଗୁଲଜ କରିଥିଲେ। ଚତୁର୍ଥ ବର୍ଷର ଦୁଇ ଛାତ୍ରଙ୍କୁ ଦୁଇ ମାସ ପର୍ଯ୍ୟନ୍ତ କମ୍ପ୍ୟାସରେ ପ୍ରବେଶ ମନା ସହ ହଷ୍ଟେଲ ଛାଡ଼ିବା ସହ କ୍ଲାସକୁ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରାଗିଂକୁ ପ୍ରସୟ ଦେଇଥିବା ଅଭିଯୋଗରେ ଚତୁର୍ଥ ବର୍ଷର ଅନ୍ୟ ଦୁଇ ଛାତ୍ରଙ୍କୁ ଦୁଇ ସପ୍ତାହ ପର୍ଯ୍ୟନ୍ତ କମ୍ପ୍ୟାସରେ ପ୍ରବେଶ ମନା ସହ ହଷ୍ଟେଲ ଛାଡ଼ିବା ଓ କ୍ଲାସକୁ ନ ଆସିବାକୁ ନିର୍ଦ୍ଦଶ ଦିଆଯାଇଛି।

ଏହି ଚାରି ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ସେମାନଙ୍କ ପରିବାରକୁ ଜଣାଇ ଦିଆଯାଇଛି। ରାଗିଂର ଶିକାର ଛାତ୍ରଙ୍କ ବାପା ଘଟଣାକୁ ନେଇ ସୋସିଆଲ ମିଡିଆ ଏକ୍ସ ଯୋଗେ କଲେଜ ଡ଼ିନ୍, ବ୍ରହ୍ମପୁର ଏସପି, ଗଞ୍ଜାମ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ଫାଇଭ-ଟି ଅଧ୍ୟକ୍ଷଙ୍କୁ ଜଣାଇଥିଲେ। କିଭଳି ଛାତ୍ର ଜଣଙ୍କୁ ମାଡ଼ ହୋଇଛି ସେ ନେଇ ମଧ୍ୟ ଫଟୋ ପୋଷ୍ଟ କରିଥିଲେ। ଏହାପରେ ଦିଲ୍ଲୀର ଆଣ୍ଟି ରାଗିଂ ସେଲ ପକ୍ଷରୁ ଏମକେସିଜି ମେଡ଼ିକାଲ କଲେକୁ ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ମେଡ଼ିକାଲ କଲେଜର ଆଣ୍ଚି ରାଗିଂ ସେଲ ରାଗିଂର ଶୀକାର ଛାତ୍ର ଓ ରାଗିଂ କରିଥିବା ଛାତ୍ରଙ୍କୁ ଡ଼କାଇ ତଦନ୍ତ କରିଥିଲେ। ଆଗାମୀ ଦିନରେ କିଭଳି କଲେଜରେ ରାଗିଂ ସମ୍ପୂର୍ଣ୍ଣ ବନ୍ଦ ହେବ ସେ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ଏମକେସିଜି ମେଡ଼ିକାଲ କଲେଜର ଭାରପ୍ରାପ୍ତ ଡ଼ିନ ।