spot_img

Latest Posts

ନବୀନଙ୍କ ରାସ୍ତାରେ ଷ୍ଟାଲିନ୍, ସାମ୍ବାଦିକଙ୍କୁ ଘୋଷଣା କଲେ ସମ୍ମୁଖ ଯୋଦ୍ଧା

ନୂଆଦିଲ୍ଲୀ: ବାଟ ଦେଖାଇଲେ ନବୀନ, ଅନୁସରଣ କରୁଛି ସାରା ଦେଶ। କାଲି ମଧ୍ୟପ୍ରଦେଶ ପରେ ଆଜି ତାମିଲନାଡୁ ଓ କର୍ଣ୍ଣାଟକ ନିଜ ରାଜ୍ୟର ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରିଛନ୍ତି। ତାମିଲନାଡୁରେ ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ମାନ୍ୟତା ଦେଇଛନ୍ତି ଡିଏମକେ ଅଧ୍ୟକ୍ଷ ଏମକେ ଷ୍ଟାଲିନ୍।

କରୋନା ଭଳି ମହାମାରୀ ସମୟରେ ଲୋକଙ୍କ ପାଖରେ ସଠିକ ତଥ୍ୟ ପହଞ୍ଚାଉଛନ୍ତି ସାମ୍ବାଦିକ। ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଉଛନ୍ତି। ତେଣୁ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ କାମକୁ ନଜରରେ ରଖି ତାମିଲନାଡ଼ୁରେ ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧାର ଆଖ୍ୟା ଦିଆଯାଇଛି। ଏଥିସହିତ ସାମ୍ବାଦିକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ମଧ୍ୟ କହିଛନ୍ତି

ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ମଧ୍ୟ ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରିଛନ୍ତି।  ସେହିଭଳି ଉତ୍ତରପ୍ରଦେଶ ସରକାର ମଧ୍ୟ ସାମ୍ବାଦିକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ମଧ୍ୟପ୍ରଦେଶ ସରକାର ମଧ୍ୟ ସାମ୍ବାଦିକଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧା ମାନ୍ୟତା ଦେଇଥିଲେ।

ଏହା ପୂର୍ବରୁ ଓଡ଼ଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧାର ମାନ୍ୟତା ଦେଇସାରିଛନ୍ତି। ସାମ୍ବାଦିକଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେବାରେ ଓଡିଶା ପ୍ରଥମ ରାଜ୍ୟ ହୋଇଛି।

 

Latest Posts

Don't Miss