ମୋଦିଙ୍କ ରାଲିରେ ସାମିଲ ହେବେ ମିଥୁନ ଚକ୍ରବର୍ତ୍ତୀ !

କୋଲକାତା: ଆସନ୍ତା ମାର୍ଚ୍ଚ ୭ ତାରିଖରେ ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନୀ ପ୍ରଚାର କରିବାକୁ ଯାଉଛନ୍ତି । କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦି ରାଲି କରିବେ । ଯେଉଁଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ବିଜେପି । ଏଭଳି ସମୟରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବିଜେପିର ରାଲିରେ ସାମିଲ ହେବା ନେଇ କଳ୍ପନାଜଳ୍ପନା ଜାରି ରହିଛି ।

ପଶ୍ଚିମବଙ୍ଗର ବିଜେପି ପ୍ରଭାରୀ କୈଳାଶ ବିଜୟବର୍ଗୀୟ ଏନେଇ କହିଛନ୍ତି ଯେ ତାଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଛି। ସେ କୋଲକାତା ଆସିକି ଆଲୋଚନା କରିବେ । କିନ୍ତୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ କରିବା ଲାଗି ଇଚ୍ଛା ବ୍ୟକ୍ତ କରିଛନ୍ତି। ଜନତା ଓ ପ୍ରଧାନମନ୍ତ୍ରୀ ମୋଦି ହିଁ ସବୁଠୁ ବଡ ହସ୍ତୀ । ସାର୍ବଜନୀକ ରୂପେ ଯିଏ ଆସିବ ତାଙ୍କୁ ସ୍ୱାଗତ କରାଯିବ । ତେବେ ମାର୍ଚ୍ଚ ୭ରେ ରାଲିରେ ମିଥୁନ ଚକ୍ରବର୍ତ୍ତୀ ସାମିଲ ହେବା ନେଇ ଆଶା କରାଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ରାଲିରେ କେବଳ ଜନତା ଓ ନିଜେ ପ୍ରଧାନମନ୍ତ୍ରୀ ମୋଦି ରହିବେ । କିନ୍ତୁ ଆମେ ଜନତାଙ୍କ ସହ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ସ୍ୱାଗତ କରିବୁ । ସେ ମିଥୁନ ଚକ୍ରବର୍ତ୍ତୀ ହୁଅନ୍ତୁ ବା ଆଉ କେହି ।

Leave a Reply