ହସ୍ପିଟାଲ୍ ବେଡରେ ଡିସକୋ ଡ୍ୟାନସର୍, କ’ଣ ହୋଇଛି ମିଥୁନଙ୍କର?

1 min read

ମୁମ୍ବାଇ: ବଲିଉଡର ଡିସକୋ ଡ୍ୟାନସର ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ ଭିତରୁ ଅଭିନେତାଙ୍କ ଏକ ଫଟୋ ଏବେ ସାମ୍ନାକୁ ଆସିଛି। ମିଥୁନଙ୍କର ଏହି ଫଟୋ ଦେଖି ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡ଼ିଛନ୍ତି।

ଟ୍ବିଟ କରାଯାଇଥିବା ଏହି ଫଟୋରେ ମିଥୁନ ହସ୍ପିଟାଲ ବେଡ୍‌ରେ ଶୋଇଥିବା ଦେଖିବାକୁ ମିଳିଛି। ଏହି ଫଟୋ ଭାଇରାଲ ହେବା ପରେ ଅଭିନେତାଙ୍କ ସ୍ୱାସ୍ଥ୍ୟକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ଗୁଜବ ଶୁଣିବାକୁ ମିଳୁଛି । ତେବେ ସବୁ ଗୁଜବ ଉପରେ ମିଥୁନଙ୍କ ପୁଅ ମିମୋ ଚକ୍ରବର୍ତ୍ତୀ ପୂର୍ଣ୍ଣଛେଦ ପକାଇଛନ୍ତି।

ମିଥୁନଙ୍କ ସ୍ୱାସ୍ଥ୍ୟ କିଭଳି ଅଛି ତାଜା ଅପଡେଟ୍‌ ଏ ନେଇ ତାଜା ଅପଡେଟ ଦେଇଛନ୍ତି। ସେ କହିଛନ୍ତି ଯେ, ‘ମିଥୁନଙ୍କର କିଡ୍‌ନୀ ଷ୍ଟୋନ ସମସ୍ୟା ଥିଲା ।ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସର୍ଜରୀ ହୋଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ତାଙ୍କୁ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କୁ ଡିସଚାର୍ଜ ମିଳିଛି। ସେ ପୂରାପୁରି ଫିଟ୍‌ ଆଉ ଫାଇନ୍‌ ଅଛନ୍ତି।’

ମିଥୁନଙ୍କ ଏହି ହେଲ୍‌ଥ ଅପଡେଟ୍‌ ସାମ୍ନାକୁ ଆସିବା ପରେ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍‌ଙ୍କୁ ଆଶ୍ୱସ୍ତି ମିଳିଛି। ସମସ୍ତେ ଅଭିନେତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ବିଜେପି ରାଷ୍ଟ୍ରୀୟ ସଚିବ ଅନୁପମ ହାଜରା ମଧ୍ୟ ମିଥୁନଙ୍କ ଫଟୋକୁ ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲରେ ଶେଆର କରି ତାଙ୍କ ଆରୋଗ୍ୟ କାମନା କରିଛନ୍ତି।

ସେହିପରି ୪ ଦିନ ପୂର୍ବରୁ ବର୍ଷିଆନ ଅଭିନେତା ଧର୍ମେନ୍ଦ୍ର ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ମାଂସପେଶୀରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ବିଭିନ୍ନ ପ୍ରକାର ଗୁଜବ ଶୁଣିବାକୁ ମିଳୁଛି ।  ଏବେ କିନ୍ତୁ ସେ ବିଲକୁଲ ସୁସ୍ଥ ଅଛନ୍ତି । ଏବଂ ଗୁଜବ ଉପରେ ବିଶ୍ବାସ ନ କରିବାକୁ ଶୁଭେଚ୍ଛୁଙ୍କୁ ଆହ୍ବାନ କରିଛନ୍ତି ।