ଇତିହାସ ରଚିଲେ ମିତାଲି ରାଜ, ସଚିନ ତେନ୍ଦୁଲକରଙ୍କ ସମକକ୍ଷ ରେକର୍ଡର ଅଧିକାରୀ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜ ଇତିହାସ ରଚିବାକୁ ଯାଉଛନ୍ତି । ଦୁନିଆର ସବୁଠୁ ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଏକ ଖାସ୍ ରେକର୍ଡର ନିକଟରେ ପହଞ୍ଚିଛନ୍ତି ମିତାଲି ରାଜ । ଆଜି ଇଂଲଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳି ମିତାଲି ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସଚିନଙ୍କ ପରେ ୨୨ ବର୍ଷ ଯାଏ ଦିନିକିଆ ଖେଳିବାରେ ଦ୍ୱିତୀୟ କ୍ରିକେଟର ହେବେ ।
ସଚିନ ତେନ୍ଦୁଲକରଙ୍କ ଅନ୍ତରାଷ୍ଟ୍ରୀୟ କ୍ୟାରିଅର ବେଶ୍ ଲମ୍ବା । ସଚିନ ୨୨ ବର୍ଷ ୯୧ ଦିନ ଯାଏ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିଛନ୍ତି । ମିତାଲି ରାଜ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରେ ୨୨ ବର୍ଷ ପୂରା କରିଛନ୍ତି । ରବିବାର ଇଂଲଣ୍ଡ ବିପକ୍ଷରେ ମିତାଲି ଅନ୍ତର୍ଜାତୀୟ କ୍ରିକେଟରେ ୨୨ ବର୍ଷ ୧ ଦିନ ପୂରା କରିବେ ।
ତେନ୍ଦୁଲକରଙ୍କ ଭଳି ମିତାଲି ରାଜ କମ୍ ବୟସରୁ ଅନ୍ତର୍ଜାତୀୟ କ୍ରିକେଟରେ ସାମିଲ୍ ହୋଇଥିଲେ । ୩୮ ବର୍ଷୀୟ ମିତାଲି ରାଜ ୧୯୯୯ ଜୁନ୍ ୨୬ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ମିଲ୍ଟନ କିନ୍ସରେ ପଦାର୍ପଣ କରିଥିଲେ । ସେତେବେଳେ ମିତାଲିଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା ।