ଅସହାୟଙ୍କୁ ଦେଢ଼ କୋଟି ମିଲ୍‌ ଯୋଗାଇ ଦେଇଛନ୍ତି ମିଶନ ଶକ୍ତିର ମହିଳା

1 min read

ଭୁବନେଶ୍ୱର:ସାମାଜିକ ସଂକ୍ରମଣକୁ ରୋକିଛନ୍ତି ସ୍ୱୟଂ ସହାୟିକା। ମିଶନ୍‌ ଶକ୍ତିର ମାଆ ଓ ଭଉଣୀମାନେ ହେଉଛନ୍ତି କରୋନା ଯୁଦ୍ଧର ପ୍ରକୃତ ଯୋଦ୍ଧା । ସେମାନଙ୍କ ସାହାସ, ତ୍ୟାଗକୁ ପ୍ରଶଂସା କରିବା ସହ ଆଉ ଦୁଇମାସ ଏଭଳି ନିର୍ଭିକ ଭାବେ କାମ କରିବାକୁ ଆହ୍ଵାନ ଦେଇଛନ୍ତି ମିଶନ୍‌ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ।

ଆଉ କହିଛନ୍ତି ଏ ଦୁଇମାସ ଭିତରେ ଗାଁ ଗାଁରେ କେମିତି ସାଜିଛନ୍ତି ସମ୍ମୁଖ ଯୋଦ୍ଧା । ଏପରିକି ସେ କହିଛନ୍ତି  ମିଶନ୍‌ ଶକ୍ତି ମା’ ଭଉଣୀଙ୍କ ତ୍ୟାଗକୁ ଇତିହାସ ମନେ ରଖିବ । କେବଳ ସେତିକି ନୁହେଁ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ପ୍ରବାସୀଙ୍କ ପ୍ରସଙ୍ଗରେ ସୁଜାତା ଉଠାଇଛନ୍ତି ପଖାଳ ଉପାଖ୍ୟାନ।

https://www.facebook.com/NandighoshaTV/videos/271184600593073/

ସାହସ ଦେଖାଇଛନ୍ତି। ଶୃଙ୍ଖଳା ରକ୍ଷା କରିଛନ୍ତି। ସାମାଜିକ ସଂକ୍ରମଣକୁ ମାତ୍‌ ଦେବାକୁ ରାତିଦିନ ଏକ କରି ଦେଇଛନ୍ତି। ଏମାନେ ହେଉଛନ୍ତି ସେହି ଶକ୍ତି, ଯାହାଙ୍କ ସାହସ, ତ୍ୟାଗ ଓ ନିର୍ଭିକତା ଆଗରେ ଶକ୍ତିହୀନ ହେଉଛି କରୋନା। ଦୁଇମାସ ଗଲା, ଆଗକୁ ଆଉ ଦୁଇ ମାସ। ସ୍ୱୟଂସହାୟିକାଙ୍କୁ ସନ୍ଦେଶ ଦେଇଛନ୍ତି ମିଶନ୍‌ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ। ଆଉ ସେମାନଙ୍କ ଉତ୍ସାହର ଲମ୍ବା ତାଲିକାକୁ ପେଶ୍‌ କରିଛନ୍ତି ରାଜ୍ୟବାସୀଙ୍କ ଆଗରେ।

୪୦ ଲକ୍ଷରୁ ଅଧିକ ମାସ୍କ ତିଆରି କରି ଲୋକଙ୍କୁ ବାଣ୍ଟିଛନ୍ତି ମିଶନ୍‌ ଶକ୍ତିର ମାଆମାନେ। 8ହଜାର ସ୍ୱୟଂ ସହାୟିକା ଲୋକଙ୍କ ଘରେ ପରିବା ଓ ରାସନ ପହଁଚାଇଛନ୍ତି । ପଞ୍ଚରୟତସ୍ତରରେ ଦେଢ କୋଟିରୁ ଅଧିକ ମିଲ ତିଆରି କରି ଅସହାୟ ଓ ନିରାଶ୍ରୟଙ୍କୁ ବାଣ୍ଟିଛନ୍ତି। କେବଳ ସେତିକି ନୁହେଁ, ଗ୍ରାମୀଣ ଅର୍ଥନୀତିର ସୁଧାର ପାଇଁ ବଡ ଭୁମିକା ନେଇଛନ୍ତି ଏମାନେ। ମାଛ ଚାଷ ଠାରୁ ଆରମ୍ଭ କରି ଛତୁ, ପନିପରିବା, ପିଡିଏସ୍‌ ସାମଗ୍ରୀ ବଣ୍ଟନ, ମନରେଗା ଆଦି କାର୍ଯ୍ୟର ମଧ୍ୟ ନେତୃତ୍ୱ ନେଉଛନ୍ତି । କିଛି ଜିଲ୍ଲାରେ କ୍ବାରେଣ୍ଟାନ ସେଣ୍ଟରର ପରିଚାଳନା ଦାୟିତ୍ୱ ମଧ୍ୟ ନେଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ବିଦେଶ ଫେରନ୍ତାଙ୍କ ବିରୋଧରେ ଲଢେଇ କରିଥିଲେ । ସେମାନଙ୍କ ଦ୍ଵାରା ୭ଜଣ ସଂକ୍ରମିତ ହୋଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ନିଜାମୁଦ୍ଦିନ ଫେରାନ୍ତ। ଏହି ପର୍ଯ୍ୟାୟରେ ୪୧ ଜଣ ସଂକ୍ରମିତ ହୋଇଥିଲେ । ତୃତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗରୁ ଫେରିଲେ। ଏଥିରେ ୧୦୦ରୁ ଅଧିକ ସଂକ୍ରମିତ ହୋଇଥିଲେ । ଏବେ ପ୍ରବାସୀ ଫେରୁଛନ୍ତି ଓଡିଶା। ଚାଲିଛି ସମ୍ଭାବ୍ୟ ସଂକ୍ରମଣ ବିରୋଧରେ ଲଢ଼େଇ। ପ୍ରଥମ ତିନୋଟି ପର୍ଯ୍ୟାୟରେ ରାଜ୍ୟ ସରକାର ବିଜୟ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟଟି ଚ୍ୟାଲେଞ୍ଜ । ଯାହାର ମୁକାବିଲାରେ ମା’ ମାନଙ୍କ ଭୁମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ତେଣୁ ବାହାରୁ ଫେରୁଥିବା ସ୍ୱାମୀ, ଭାଇ ଓ ପୁଅଙ୍କୁ ଫେଟିବାକୁ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଯାଆନ୍ତୁ ନାହିଁ କି ସେମାନଙ୍କୁ ଲୁଚିକି ଘରେ ଆସି ପଖାଳ ଗଣ୍ଡେ ଖାଇବାକୁ ଅନୁମତି ଦିଅନ୍ତୁ ନାହିଁ । ଫେରୁଥିବା ସଦସ୍ୟଙ୍କୁ ୨୧ ଦିନ କ୍ୱାରେଣ୍ଟାଇନ୍‌ ନିୟମ ମାନିବାକୁ ସେମାନଙ୍କୁ ବାଧ୍ୟ କରନ୍ତୁ । ଏହା କେବଳ ମା ମାନଙ୍କ ଦ୍ଵାରା ହିଁ ସମ୍ଭବ । ଏଭଳି ଅନୁରୋଧ କରିଛନ୍ତି ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ । ସେହିଭଳି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ମଧ୍ୟ ମଉସା, ପିଇସା, ପୁଅର ସମ୍ପର୍କ ରଖନ୍ତୁ ନାହିଁ । କାରଣ ଭୂତାଣୁ ସଂକ୍ରମଣ ବେଳେ ସମ୍ପର୍କ ଦେଖେନାହିଁ ।

Leave a Reply