ସ୍ବାବଲମ୍ବୀ ହେଉଛନ୍ତି ମାଆ, ସହିପାରୁନାହାନ୍ତି ବିରୋଧୀ

ଭୁବନେଶ୍ୱର: ସ୍ୱାବଲମ୍ବୀ ହେଉଛନ୍ତି ମାଆ, ସହିପାରୁନାହାନ୍ତି ବିରୋଧୀ । ମହିଳା ଏସଏଚଜିଙ୍କ ସାମାଜିକ ଓ ଆର୍ଥିକ ବିକାଶକୁ ସହିନପାରି ଟାର୍ଗେଟ୍ କରୁଛନ୍ତି ବିରୋଧୀ । ମିଶନ ଶକ୍ତି ଜରିଆରେ ରାଜ୍ୟର ୭୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳା ସଶକ୍ତ ଓ ସ୍ବାବଲମ୍ବୀ ହୋଇପାରିଛନ୍ତି । ହେଲେ ରାଜନୈତିକ ଅସହିଷ୍ଣୁତାର ଶିକାର ହୋଇ ବିରୋଧୀ ମହିଳା ଏସଏଚଜିଙ୍କ ବିରୋଧରେ ଆଣୁଛନ୍ତି ମିଛ ଅଭିଯୋଗ । ଏସଏଚଜି ଗୁଡିକ ଋଣ ନେଇ ସୁଧ କାରବାର କରିବା, ଋଣ ଅର୍ଥ ଫେରସ୍ତ ନକରିବା ଭଳି ବିରୋଧୀ କରୁଥିବା ଅଭିଯୋଗର ଜବାବ ଦେଇଛନ୍ତି ମିଶନ ଶକ୍ତି ମାଆ ।

ରାଜ୍ୟରେ ମହିଳାଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ସ୍ବାଧିନତା ପରଠାରୁ କୌଣସି ସ୍ବତନ୍ତ୍ର ଯୋଜନା ହୋଇନଥିଲା। କିନ୍ତୁ ରାଜ୍ୟ ସରକାର ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ବିଭାଗ ଗଠନ କରିବା ସହ ଋଣ ଓ ବଜାର ସୁବିଧା ଯୋଗାଇ ଦେଉଛନ୍ତି । ଫଳରେ ଆଜି ଗାଁର ମହିଳାମାନେ ଆତ୍ମନିର୍ଭର ହୋଇଛନ୍ତି । ସମାଜରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି । ସେମାନଙ୍କ ବିରୋଧରେ ଅପପ୍ରଚାର କରୁଥିବା ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ମହିଳା ସ୍ବୟଂ ସହାୟିକା । ମିଶନ ଶକ୍ତି ମାଆ ମାନଙ୍କ ପ୍ରତି ବିରୋଧୀଙ୍କ ଏଭଳି ଅସୂୟା ମନୋଭାବର ଜବାବ ଆଗାମୀ ଦିନରେ ଭୋଟରେ ଦିଆଯିବ ବୋଲି କହିଛନ୍ତି ।