spot_img

Latest Posts

ଟେଷ୍ଟି ଟେଷ୍ଟି ମିଶନ ଶକ୍ତି ପିଜ୍ଜା, ମହିଳାଙ୍କୁ ଦେଉଛି ଭଲ ରୋଜଗାର

ଆସିକା: ମିଶନ ଶକ୍ତି କରିଛି ମହିଳାଙ୍କୁ ସ୍ୱାବଲମ୍ବୀ। ମିଶନ ଶକ୍ତି କ୍ୟାଫେରେ ସୁସ୍ବାଦୁ ଖାଦ୍ୟ କରି ମହିଳା କରୁଛନ୍ତି ରୋଜଗାର । ପିଜ୍ଜା ସହ ହେଉଛି ଚା ଏବଂ କଫି । ଗଞ୍ଜାମ ଶେରଗଡ଼ର ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଚଳାଉଛନ୍ତି  କ୍ୟାଫେ। ଗ୍ରାମାଞ୍ଚଳର ମାଆ ମାନଙ୍କୁ ମିଶନ ଶକ୍ତି କରିଛି ସ୍ୱାବଲମ୍ବୀ । ନୂଆ କିଛି କରିବାର ଦେଇଛି ସୁଯୋଗ । ଗଞ୍ଜାମ ଶେରଗଡ଼ ବ୍ଲକର ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ମିଶନ ଶକ୍ତି କ୍ୟାଫେରୁ କରିଛନ୍ତି ରୋଜଗାର। ପିଜାଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ସ୍ନାକ୍ସ ପ୍ରସ୍ତୁତ କରୁଛନ୍ତି। ଭଳିକି ଭଳି ଖାଦ୍ୟ ସାଙ୍ଗକୁ ଚା ,କଫି ବି ହେଉଛି। ଉନ୍ନତ ମାନର ଖାଦ୍ୟ ପରସୁଥିବାରୁ କ୍ୟାଫେରେ ଳାଗୁଛି ଗ୍ରାହକଙ୍କ ଗହଳି ।  କିଏ ସାଙ୍ଗ ସାଥୀ ତ କିଏ ପରିବାର ସହ ଯାଉଛି କ୍ୟାଫେ । ସଫା ସୁତରା ପରିବେଶ କରୁଛି ଆକର୍ଷିତ ।

୫ ଜଣ ମିଶନ ଶକ୍ତି ମହିଳା ମାନେ ପ୍ରଥମେ ରୋଷେଇ ଓ କାଫେ ପରିଚାଳନା ପାଇଁ ପ୍ରଶିକ୍ଷଣ ନେଇଥିଲେ  । ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ୟାଫେ ଉଦଘାଟନ କରାଯିବ ପରେ ଏଥିରେ ଯୋଡି ହୋଇଥିଲେ। ରାଜ୍ୟ ସରକାର ମିଶନ ଶକ୍ତି ମହିଳାଙ୍କୁ ସର୍ବାଧିକ ଗୁରୁତ୍ବ ଦେଇଥିବା ବେଳେ ମହିଳାଙ୍କୁ ଆତ୍ମନିର୍ଭରଶୀଳ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ନୂଆକରି ମିଶନ ଶକ୍ତି କାଫେ ଆରମ୍ଭ ହୋଇଥିବାରୁ ପ୍ରତିଦିନ ୩ରୁ ୪ ହଜାର ଟଙ୍କାର ଖାଦ୍ୟ ସାମଗ୍ରୀ ବିକ୍ରୀ ହେଉଥିବା କହିଛନ୍ତି ମହିଳା । ଆଗକୁ ବ୍ୟବସାୟ ବୃଦ୍ଧି ହେବ ବୋଲି ମହିଳା ସଦସ୍ୟାଙ୍କ ଆଶା।

Latest Posts

Don't Miss