ଝୋଟରୁ ପ୍ରସ୍ତୁତ କରୁଛନ୍ତି ରଙ୍ଗବେରଙ୍ଗର ମନଲାଖୀ ବ୍ୟାଗ୍ ପ୍ରସ୍ତୁତ କରୁଛନ୍ତି ମିଶନ ଶକ୍ତି ମା’

କଟକ: ପଲିଥିନି ମୁକ୍ତ ପରିବେଶ ଗଠନରେ ମିଶନ ଶକ୍ତି ମା’ଙ୍କ ବଡ଼ ଭୂମିକା  । ଝୋଟରୁ ପ୍ରସ୍ତୁତ କରୁଛନ୍ତି ରଙ୍ଗ ବେରଙ୍ଗର ମନଲାଖୀ ବ୍ୟାଗ । ଏହାକୁ ବିକ୍ରି କରି ନିଜେ ସ୍ବାବଲମ୍ବୀ ହେବାସହ ଅନ୍ୟ ପାଇଁ ବି ସୃଷ୍ଟି କରୁଛନ୍ତି ନିଯୁକ୍ତି ସୁଯୋଗ । ପଲିଥିନ୍ ମୁକ୍ତ ପରିବେଶ ଗଠନ ସହ ନଳିତା ଚାଷ ପ୍ରତି ଆଗ୍ରହ ବଢ଼ାଇବାକୁ ଗୁରୁତ୍ବ ଦେଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ଏହାର ପ୍ରଚାର ପ୍ରସାରରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି କଟକ ଜିଲ୍ଲାର ନରଦା ପଞ୍ଚାୟତର ଏସଏଚଜି ମହିଳା । ଝୋଟରୁ ପ୍ରସ୍ତୁତ କରୁଛନ୍ତି ଭଳିକି ଭଳି ମନୋଲୋଭା ବ୍ୟାଗ  । ପ୍ରାୟ ୪୦ ରୁ ଅଧିକ ଗାଁର ଝିଅ ବୋହୁ ବ୍ୟାଗ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଝୋଟରୁ ଭ୍ୟାନିଟ, ଓ୍ବାଟର ବୋଟଲ, ଟିଫିନ୍ ଓ ଅଫିସ ବ୍ୟାଗ ପ୍ରସ୍ତୁତ କରୁଛନ୍ତି ମହିଳା । ଏହି ବ୍ୟାଗ ସବୁ ୭୦ ଟଙ୍କାରୁ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରି ଭଲ ଦୁଇ ପଇସା ଲାଭ କରୁଛନ୍ତି ମହିଳା ।

ପଲିଶ୍ରୀ ମେଳା ହେଉ ବା ଅନ୍ୟାନ୍ୟ ବଡ଼ ବଡ଼ ମେଳା ମହୋତ୍ସବ । ସବୁଠାରେ ଦେଖିବାକୁ ମିଳୁଛି ସାଲେପୁରର ଏହି ଝୋଟରେ ପ୍ରସ୍ତୁତ ବ୍ୟାଗ । ବଜାରରେ ଝୋଟ ପ୍ରସ୍ତୁତ ବ୍ୟାଗର ବି ଚାହିଦା ରହିଛି । ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ କଞ୍ଚା ମାଲ ଏହି ମହିଳା ମାନଙ୍କୁ ଯୋଗାଇ ଦିଆଯାଇଛି । ହାତ ତିଆରି ଏହି ବ୍ୟାଗ କିଣିବା ପାଇଁ ଏବେ ବିଭିନ୍ନ ଆଡୁ ଏହି ପଞ୍ଛାୟତକୁ ବ୍ୟବସାୟୀ ଓ ଗ୍ରାହକ ମାନଙ୍କ ଭିଡ଼ ଜମୁଛି ।