ମିଶନ ଶକ୍ତି ଏବେ ବିରାଟ ବୃକ୍ଷ, ପ୍ରତିଘରେ ମିଶନ ଶକ୍ତି ମାଆ..

1 min read

ଭୁବନେଶ୍ୱର: ମିଶନ୍ ଶକ୍ତି କହିଲେ ବଡ଼ି, ପାମ୍ପଡ ଆଚାର ନୁହେଁ.. ମିଶନ ଶକ୍ତି ରାଜ୍ୟରେ ଏକ ବିପ୍ଲବ  । ଏମିତି କୌଣସି ସହର, ବ୍ଲକ, ପଞ୍ଚାୟତ, ଗାଁ  ନାହିଁ  । ଯେଉଁଠି ମିଶନ ଶକ୍ତିର ସଦସ୍ୟା ନାହାଁନ୍ତି  । ସାରା ରାଜ୍ୟରେ ମିଶନ ଶକ୍ତି ସଦସ୍ୟା ମାନେ ସକ୍ରିୟ ରହିଛନ୍ତି । କେନ୍ଦୁଝରରୁ ମାଲକାନଗିରି, ମୟୁରଭଞ୍ଜରୁ ଗଞ୍ଜାମ ସବୁଠି ଅଛନ୍ତି ମିଶନ ଶକ୍ତି ସଦସ୍ୟା । ପ୍ରତି ପରିବାରରେ ମିଶନ ସଦସ୍ୟା ଅଛନ୍ତି କହିଲେ ଭୁଲ ହେବନାହିଁ ବୋଲି କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ।

ଶକ୍ତିର ପ୍ରତୀକ ମା..

ପବିତ୍ର ମହାଳୟାରେ ମାଆଙ୍କ ଅବଦାନକୁ ବଖାଣିଲେ ମିଶନ ଶକ୍ତି ସଚିବ  । ୨୦୦୧ରେ ପୋତା ଯାଇଥିବା ଚାରା ବିରାଟ ଦ୍ରୁମରେ ପରିଣିତ ହୋଇଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ସେତେବେଳର ଚାରା ଏବେ ବିରାଟ ବୃକ୍ଷ ଭାବେ ଠିଆ ହୋଇଛି । ଏହି ଗଛ ପାଖକୁ ଯିଏ ବି ଆସୁଛି ତାକୁ ସମସ୍ତ ପ୍ରକାର ସହାୟତା ମିଳୁଛି । ପ୍ରତ୍ୟେକ ମହିଳାଙ୍କୁ ରୋଷେଇ ଘରର ଚାରିକାନ୍ଥ ଭିତରୁ ବାହାରକୁ ବାହାର କରି ସେମାନଙ୍କର ନିଜସ୍ବ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଥିଲା ମିଶନ ଶକ୍ତି ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ ।

ଆନ୍ଦୋଳନରେ ପରିଣତ ହୋଇଛି..

ସର୍ବଦା ସବୁ ସମୟରେ ଠିଆ ହୋଇଛି ମିଶନ ଶକ୍ତି  । ଯେତେବେଳେ କୋଭିଡ଼ ଆସିଥିଲା, ସେତେବେଳେ ମଧ୍ୟ ମିଶନ ଶକ୍ତି ସଦସ୍ୟା ଘରେ ରହିନଥିଲେ  । ରୋଗକୁ ଡରି ଲୁଚି ନଥିଲେ  । ଗାଁ ଗାଁରେ ଲୋକଙ୍କୁ ସଚେତନ କରାଇଥିଲା  । ଦେଶ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତୀରେ ମିଶନ ଶକ୍ତି ମାଆ ମାନେ ଜାତୀୟ ପତାକା ନିର୍ମାଣ କରି ସମଗ୍ର ରାଜ୍ୟରେ ପ୍ରଦାନ କରିଥିଲେ  । ଧାନ ଠାରୁ ମାଣ୍ଡିଆ ଉତ୍ପାଦନ ସବୁଥିରେ ପାରଙ୍ଗମ ଦେଖାଇଛନ୍ତି ମିଶନ ଶକ୍ତି ମାଆ  । ସଶକ୍ତିକରଣ ଅର୍ଥ ସର୍ବଗଣ  । ସମସ୍ତଙ୍କ ପାଖରେ ପହଁଚିବା  ।

ମୟୁରଭଞ୍ଜର ମାଆ ପ୍ରସ୍ତୁତ କରୁଥିବା ସାମଗ୍ରୀ ଲଣ୍ଡନ ଟୋକିଓରେ ପହଁଚିବା ଆମର ଲକ୍ଷ୍ୟ  । ମିଶନ ଶକ୍ତି ବଜାର ଖୁବ ଶୀଘ୍ର ଉଦଘାଟନ୍ ହେବାକୁ ଯାଉଛି  । ମିଶନ ଶକ୍ତି ଦ୍ୱାରା ପ୍ରସ୍ତୁତ ହେଉଥିବା ସାମଗ୍ରୀ ଏହି ବଜାରରେ ଉପଲବ୍ଧ ହେବ  । ଓଡିଶାର ବିଭିନ୍ନ ପ୍ରାନ୍ତରେ ପ୍ରସ୍ତୁତ ହେଉଥିବା ସାମଗ୍ରୀର ଡିମାଣ୍ଡ ଅନ୍ୟ ରାଜ୍ୟରେ ରହିବା ଆବଶ୍ୟକ  । ଏବଂ ତାହା ମଧ୍ୟ ଆରମ୍ଭ ହୋଇଛି  ।

 

ଖୁବ ଶୀଘ୍ର ଭୁବନେଶ୍ୱରରେ ମିଶନ ଶକ୍ତି ବଜାର

ଖୁବ ଶୀଘ୍ର ଭୁବନେଶ୍ୱରରେ ମିଶନ ଶକ୍ତି ବଜାର ଉଦଘାଟନ ହେବାକୁ ଯାଉଛି  । ମିଶନ ଶକ୍ତିର ମାଆ ମାନେ ଯେଉଁ ଯେଉଁ ସାମଗ୍ରୀ ନିର୍ମାଣ ଏବଂ ପ୍ରସ୍ତୁତ କରୁଛନ୍ତି  । ସେହି ମାର୍କେଟରେ ଉପଲବ୍ଧ କରାଯିବ  ।  ସମ୍ମାନର ସହ ମହିଳା ବଞ୍ଚିବା ଏବଂ ପରିଚୟ ହାସଲ କରିବା ହିଁ ମିଶନ ଶକ୍ତି ଶିଖାଇଛି  ।  ଖୁବ ଶୀଘ୍ର ରାଜ୍ୟ ସ୍ତରୀୟ ଫେଡେରେସନ ଗଠନ ହେବ  । News18 Odia ତରଫରୁ ଆୟୋଜିତ ବିଜନେଶ ଲିଡରସିପ୍ ଆଓ୍ବାର୍ଡରେ ଯୋଗଦେଇ ମିଶନ ଶକ୍ତିର ସଫଳତାକୁ ବଖାଣିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ।