ଫେରାର ନୁହେଁ ପତ୍ନୀକୁ ହୋଇଥିଲା ଅପହରଣ, ଫେରିପାଇଲା ସ୍ୱାମୀ

ଭଦ୍ରକ: ଫେରି ଆସିଲା ଫେରାର ପତ୍ନୀ । ଭଦ୍ରକ ଜିଲ୍ଲା ଧୂସୁରି ଥାନା ବ୍ରାହ୍ମଣୀପାଳ ଗାଁରେ ପରୀକ୍ଷା ଦେବାକୁ ଯାଇ ସ୍ତ୍ରୀ ଫେରାର ଘଟଣା । ଆଜି ସ୍ୱାମୀଙ୍କ ପାଖକୁ ଫେରିଆସିଛି ସ୍ତ୍ରୀ । ଫେରାର ନୁହେଁ ବରଂ ତାଙ୍କୁ କାରରେ ଅପହରଣ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ସ୍ତ୍ରୀ ହରପ୍ରିୟା । ସେଦିନ ପରୀକ୍ଷା ପରେ କେତେକ ଲୋକ ତାଙ୍କୁ ସ୍ବାମୀଙ୍କ ପାଖକୁ ନେଇଯିବେ କହି ଅପହରଣ କରି ମାମୁଁଙ୍କ ଘରକୁ ନେଇଯାଇଥିଲେ ।

ମାମୁଁଘର ଲୋକ ତାଙ୍କୁ ମନ୍ଦିରକୁ ନେଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରୁଥିଲେ । ଏନେଇ ସ୍ୱାମୀ ରାହୁଲଙ୍କୁ ଖବର ଦେଇଥିଲେ ପତ୍ନୀ । ଆଜି ବାଲେଶ୍ବର ଜିଲ୍ଲା ଅଣ୍ଡରାଇ ଜଗନ୍ନାଥ ମନ୍ଦିରରେ ପହଞ୍ଚି ସ୍ତ୍ରୀ ହରପ୍ରିୟାଙ୍କୁ ଆଣିଥିଲେ ରାହୁଲ । ଏହି ସମୟରେ ଘଟଣାସ୍ଥଳରେ ତୀବ୍ର ଉତ୍ତଜେନା ଦେଖିବାକୁ ମିଳିଥିଲା । କିଛି ଯୁବକଙ୍କ ସହ ପତ୍ନୀ ହରପ୍ରିୟାଙ୍କୁ ସଥିରେ ନେଇ ଘରକୁ ଫେରିଛନ୍ତି ସ୍ୱାମୀ ରାହୁଲ  ।