ନେପାଳରେ ନିଖୋଜ ବିମାନର ଧ୍ବଂସାବଶେଷ ଠାବ
1 min readକାଠମାଣ୍ଡୁ: ନେପାଳରେ ନିଖୋଜ ବିମାନର ଧ୍ବଂସାବଶେଷ ଠାବ ନେଇ ନେପାଳ ଆର୍ମିର ସୂଚନା । ବିମାନର ଧ୍ବଂସାବଶେଷ କୋଓ୍ବାଙ୍ଗରେ ସନ୍ଧାନ ମିଳିଥିବା କୁହାଯାଇଛି । ବିମାନରେ ୨୨ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରେ ୪ ଜଣ ଓଡ଼ିଆ ଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ଭୁବନେଶ୍ବରର ଅଶୋକ ତ୍ରିପାଠୀ ଏବଂ ତାଙ୍କ ପରିବାର ଥିବା କୁହାଯାଇଛି । ଭୁବନେଶ୍ବର ଜୟଦେବ ବିହାର ଅନ୍ତର୍ଗତ ଗଙ୍ଗାଧର ନଗର ନିବାସୀ ଅଶୋକଙ୍କ କେୟାର ଟେକର କହିଛନ୍ତି ଅଶୋକ ଗତ ୨୬ ତାରିଖରେ ପତ୍ନୀଙ୍କୁ ସାକ୍ଷାତ କରିବା ଲାଗି ମୁମ୍ବାଇ ଯାଇଥିଲେ ।
ସେଠାରୁ ପରିବାରର ଅନ୍ୟ ସଦସ୍ୟ ଧନୁଷ ତ୍ରିପାଠୀ, ଋତିକା ତ୍ରିପାଠୀ ଓ ବୈଭବୀ ତ୍ରିପାଠୀଙ୍କ ସହ ସେମାନେ ଯାଇଥିଲେ ନେପାଳ । ମାତ୍ର ସେମାନଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ । ତାରା ଏୟାର ନାଇନ ଏନଏଇଟି ଟ୍ବିନ ଇଞ୍ଜିନ ଟୁରିଷ୍ଟ ବିମାନଟି ପୋଖରାରୁ ଜମସନ ଅଭିମୁଖେ ଯାତ୍ରା ଆରମ୍ଭ କଲା ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ମାଉଣ୍ଟ ଧଉଳଗିରି ଅଭିମୁଖେ ଗଲା ପରେ ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ନିଖୋଜ ବିମାନର ସନ୍ଧାନ ଲାଗି ନେପାଳ ସେନାର MI-17 ହେଲିକପ୍ଟର ନିୟୋଜିତ କରାଯାଇଥିଲା ।