ଜଙ୍ଗଲରୁ ମିଳିଲା ନିଖୋଜ ନାବାଳିକାଙ୍କ ରକ୍ତାକ୍ତ ମୃତଦେହ

ବରଗଡ଼: ନିଖୋଜ ୯ ବର୍ଷର ଝିଅର ମୃତଦେହ ଉଦ୍ଧାର ହୋଇଛି । ବରଗଡ଼ ପାଇକମାଲ ବ୍ଲକ ଯୋଗେନ୍ଦ୍ରନାଥପୁର ଗାଁର ଜଣେ ନାବାଳିକା ରବିବାର ସନ୍ଧ୍ୟାରୁ ନିଖୋଜ ଥିଲେ । ପରିବାର ଲୋକେ ରାତି ତମାମ୍ ଖୋଜାଖୋଜି ସତ୍ତ୍ୱେ ଝିଅକୁ ପାଇନଥିଲେ । ଏନେଇ ନାବାଳିକାର ବାପା ପାଇକମାଲ ଥାନାରେ ଅଭିଯୋଗ କରିଥିଲେ । ଅନ୍ୟପଟେ ଗାଁ ନିକଟ ଜଙ୍ଗଲରୁ ଆଜି ନାବାଳିକାଙ୍କ ରକ୍ତାକ୍ତ ମୃତଦେହ ମିଳିଛି ।
ସୋମବାର ସକାଳେ କିଛି ଗ୍ରାମବାସୀ ଜଙ୍ଗଲକୁ ଯାଇଥିବା ବେଳେ ନାବାଳିକାଙ୍କ ରକ୍ତାକ୍ତ ମୃତଦେହ ଦେଖିଥିଲେ । ଏନେଇ ଗ୍ରାମବାସୀ ସଙ୍ଗେ ସଙ୍ଗେ ପାଇକମାଲ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍ ଆସୁଥିବା ଜଣାପଡ଼ିଛି ।