ସମ୍ବଲପୁର ମହାନଦୀରୁ ଉଦ୍ଧାର ହେଲେ ବ୍ରିଜରୁ ଡେଇଁ ନିଖୋଜ ଥିବା ବ୍ୟକ୍ତି
1 min read
ସମ୍ବଲପୁର: ଘରୋଇ କଳହରୁ ଆତ୍ମହତ୍ୟା ଉଦ୍ୟମ। ସମ୍ବଲପୁର ମହାନଦୀରୁ ଉଦ୍ଧାର ହେଲେ ବ୍ରିଜରୁ ଡେଇଁ ନିଖୋଜ ଥିବା ବ୍ୟକ୍ତି। ମହାନଦୀର ଦ୍ୱିତୀୟ ସେତୁ ଉପରୁ ଗତକାଲି ବିଳମ୍ବିତ ରାତିରେ ଡେଇଁ ନିଖୋଜ ଥିଲେ ।
ରାତି ପ୍ରାୟ ଗୋଟାଏ ସମୟରେ ଗୋବିନ୍ଦତଲା ଅଞ୍ଚଳରେ ଏକ ଘାସ ବୁଦାରେ ଲାଗି ଯାଇଥିଲେ l ସ୍ଥାନୀୟ ଲୋକେ ପାଟି ଶୁଣି ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ତୁରନ୍ତ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବ୍ୟକ୍ତି ଜଣକ ସ୍ଥାନୀୟ ସୁନାପାଲି ଅଞ୍ଚଳର ମନ୍ତୋଷ ତାଣ୍ଡି । ଘରେ କଳହ ହେବାରୁ ସେ ଚାଉଁରପୁର ପୋଲ ଉପରୁ ଡେଇଁପଡ଼ିଥିଲେ l