spot_img

Latest Posts

ଚାରି ମାସ ହେବ ନିଖୋଜ ଯୁବକଙ୍କ ମିଳୁନି ପତ୍ତା କିନ୍ତୁ ମିଳିଲା ପର୍ସ

ବାଲେଶ୍ୱର: ଚାରି ମାସ ହେବ ନିଖୋଜ ଯୁବକଙ୍କ ମିଳୁନି ପତ୍ତା। ଯୁବକଙ୍କ ପର୍ସ ମିଳିଥିବା ବେଳେ କିନ୍ତୁ ଯୁବକଙ୍କ ପତ୍ତା ମିଳିପାରି ନାହିଁ। ପରିବାର ଲୋକେ ଅନେକ ଖୋଜାଖୋଜି କଲେ ମଧ୍ୟ କିଛି ଖୋଜ ଖବର ମିଳିପାରି ନାହିଁ । ସୂଚନା ଅନୁଯାୟୀ, ଉଦଳା ଥାନା କଇଁସାରୀ ଗାଁର ରାଜେଶ କୁମାର ମୁଖୀ ନିଖୋଜ ଅଛନ୍ତି। ଉଦଳା ଏନଏସି ଅଧୀନରେ ସ୍ୱିପର ଭାବେ କାର୍ଯ୍ୟ କରନ୍ତି ରାଜେଶ। ଗତ ଜୁନ ୧୪ ତାରିଖରେ ବାଲେଶ୍ବରରେ ଶ୍ୱଶୁର ଘରେ ଥିବା ସ୍ତ୍ରୀଙ୍କ ନିକଟକୁ ଯାଉଥିଲେ। ୬ ଦିନ ପରେ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଫୋନ କରିଥିଲେ। ରାଜେଶଙ୍କ ଫୋନ ବନ୍ଦ ଥିବାରୁ ପତ୍ନୀଙ୍କୁ ଫୋନ କରିଥିଲେ ପରିବାର। କିନ୍ତୁ ପତ୍ନୀ ରାଜେଶ ଶ୍ୱଶୁର ଘରେ ପହଂଚି ନଥିବାର ଜଣାଇଥିଲେ। ଅନେକ ଖୋଜାଖୋଜି ପରେ ବି କୌଣସି ପତ୍ତା ନମିଳିବାରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଖୋଜାଖୋଜି ଭିତରେ ବାଲେଶ୍ୱର ବସ୍ ଷ୍ଟାଣ୍ଡରୁ ରାଜେଶଙ୍କ ପର୍ସ ମିଳିଛି କିନ୍ତୁ ରାଜେଶଙ୍କର ପତ୍ତା ମିଳିପାରିନି।

Latest Posts

Don't Miss