spot_img

Latest Posts

ଆମେରିକାରେ ଆଉ ଜଣେ ନିଖୋଜ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ଆଉଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ।  ଗତ ଦୁଇ ଦିନ ମଧ୍ୟରେ ଆମେରିକାରେ ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ନିକଟରେ ଭାରତୀୟ ଛାତ୍ର ବିବେକ ସାଇନିଙ୍କୁ ଆଟଲାଣ୍ଟାର ଏକ ଦୋକାନରେ ନିଶା ସେବନ କରିଥିବା ଜଣେ ଯୁବକ ହାତୁଡ଼ିରେ ପିଟିପିଟି ହତ୍ୟା କରିଥିଲେ। ଏହି ଘଟଣା ପରେ ବର୍ତ୍ତମାନ ଚିକାଗୋର ଆଉ ଏକ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ମୃତ୍ୟୁ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ରବିବାର ବିଶ୍ୱବିଦ୍ୟାଳୟ ପରିସରରୁ ନିଖୋଜ ହୋଇଯାଇଥିବା ଛାତ୍ର ନିଲ ଆଚାର୍ଯ୍ୟଙ୍କ ମୃତ୍ୟୁକୁ ପୋଲିସ ନିଶ୍ଚିତ କରିଛି।

ପଶ୍ଚିମ ଲାଫାୟେଟର ୫୦୦ଏଲିସନ ରୋଡରେ ରବିବାର ସକାଳ ପ୍ରାୟ ସାଢେ ୧୧ଟା ସମୟରେ ଏକ ମୃତଦେହ ଜବତ ହୋଇଥିବା ସୂଚନା ମିଳିଥିବା ଅଧିକାରୀମାନେ କହିଛନ୍ତି। ଅନୁସନ୍ଧାନ ପରେ ଏହା ଏକ କଲେଜ ଯାଉଥିବା ଛାତ୍ରଙ୍କ ମୃତଦେହ ବୋଲି ଜଣାପଡିଛି। ମୃତକଙ୍କ ନାମ ଭାରତୀୟ ମୂଳ ଛାତ୍ର ନିଲ ଆଚାର୍ଯ୍ୟ ବୋଲି ଜଣାପଡିଛି।

ଏହାପୂର୍ବରୁ ରବିବାର ନିଲଙ୍କ ମା’ ଗୌରୀ ଆଚାର୍ଯ୍ୟ ଏକ୍ସରେ ପୋଷ୍ଟ କରି ତାଙ୍କ ପୁଅକୁ ଖୋଜିବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ। ସେ କହିଥିଲେ, ଆମ ପୁଅ ନିଲ ଆଚାର୍ଯ୍ୟ ଜାନୁଆରୀ ୨୮ରୁ ନିଖୋଜ ଅଛି। ସେ ଆମେରିକାର ପଡର୍ୟୁ ବିଶ୍ୱବିଦ୍ୟାଳୟର ଛାତ୍ର। ତାଙ୍କୁ ଶେଷ ଥର ପାଇଁ ଜଣେ ଉବର କ୍ୟାବ ଡ୍ରାଇଭର ପଡର୍ୟୁ ବିଶ୍ୱବିଦ୍ୟାଳୟରେ ଛାଡିଥିଲେ। ଆମେ ତାଙ୍କ ସୂଚନା ଚାହୁଁଛୁ। ଯଦି ଆପଣ କିଛି ଜାଣିଛନ୍ତି ତେବେ ଆମକୁ ସାହାଯ୍ୟ କରନ୍ତୁ।’

ତାଙ୍କ ପୋଷ୍ଟ ପରେ ଚିକାଗୋର କନସୁଲେଟ ଜେନେରାଲ ଟୁଇଟର ବା ଏକ୍ସରେ ପୋଷ୍ଟ କରିଛନ୍ତି ଯେ ସେମାନେ ସେ ବିଶ୍ୱବିଦ୍ୟାଳୟର ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ନିଲଙ୍କ ପରିବାର ସହ ମଧ୍ୟ ଏ ସମ୍ପର୍କରେ କଥାବାର୍ତ୍ତା କରୁଛନ୍ତି। ଦୂତାବାସ ମଧ୍ୟ ସମସ୍ତ ପ୍ରକାର ସହାୟତା ବିଷୟରେ କହିଥିଲେ। ପରେ ପଡର୍ୟୁ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗର ମୁଖ୍ୟ କ୍ରିସ କ୍ଲିଫଟନ ସୋମବାର ବିଭାଗ ଏବଂ ଅଧ୍ୟାପିକାଙ୍କୁ ଏକ ଇମେଲରେ ନିଲ ଆଚାର୍ଯ୍ୟଙ୍କ ମୃତ୍ୟୁକୁ ନେଇ ନିଶ୍ଚିତ କରିଛନ୍ତି।

Latest Posts

Don't Miss