ଇରାକରେ ଆମେରିକା ଦୂତାବାସ ଉପରେ କ୍ଷେପଣାସ୍ତ୍ର ମାଡ଼, ଲାଗିଲା ଭୀଷଣ ନିଆଁ

1 min read

ବାଗଦାଦ: ଆମେରିକା ଦୂତବାସ ଉପରେ ଭୟଙ୍କର ଆକ୍ରମଣ । ଇରାକରେ ଥିବା ଆମେରିକା ଦୂତବାସ ଉପରେ ୧୨ଟି କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି । ଦୂତବାସ ଉପରେ ଘନଘନ ମିଜାଇଲ ମାଡ଼ ଫଳରେ ଦୂତବାସ ପରିସରରେ ଭୟଙ୍କର ନିଆଁ ଲାଗିଛି । ଇରାକର ସୁରକ୍ଷା ଅଧିକାରୀ ରବିବାର ଦିନ କହିଛନ୍ତି ଯେ ଇରାକର ଉତ୍ତର ସହର ଏରବିଲ ଉପରେ ୧୨ଟି କ୍ଷେପଣାସ୍ତ୍ର ମାଡ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ଏହି ଆକ୍ରମଣରେ କୌଣସି ଆଗାତ କିମ୍ବା ଆହାତଙ୍କ ସମ୍ପର୍କରେ କିଛି ଖବର ନାହିଁ ।

ଏହି ଆକ୍ରମଣ ପରେ ବାଗଦାଦର ଜଣେ ଇରାକୀ ଅଧିକାରୀ ଏହି କ୍ଷେପଣାସ୍ତ୍ର ଆକ୍ରମଣ ପରେ ପ୍ରଥମେ କହିଥିଲେ ଯେ ଆମେରିକାର ଦୂତବାସ ଉପରକୁ ଏକାଧିକ କ୍ଷେପଣାସ୍ତ୍ର ମାଡ଼ କରିଛି ।  ଆସୋସିଏଟେଡ୍ ପ୍ରେସ ଅନୁଯାୟୀ, ଆମେରିକାର ପ୍ରତିରକ୍ଷା ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ କେତେ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ତେବେ ଇରାକର ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଇରାନରୁ ନିକ୍ଷେପ କରାଯାଇଛି । ଏହି ଆକ୍ରମଣକୁ ଆମେରିକା ଦୃଢ଼ ଭାବରେ ନିନ୍ଦା କରିଛି । ଏହି ଘଟଣାର ଇରାକ ସରକାର ଏବଂ କୁର୍ଦ୍ଦ ଆଞ୍ଚଳିକ ସରକାର ଅନୁସନ୍ଧାନ କରୁଛନ୍ତି ।

ଅନ୍ୟପଟେ କିଛି ଇରାନର ସମାଚାର ଏଜେନ୍ସି ଇରାକର ଏରବିଲରେ ଥିବା ଆମେରିକାର ଦୂତାବାସ ଉପରେ ୬ଟି ବାଲିଷ୍ଟିକ୍ ମିସାଇଲ ମାଡ କରାଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏରବିଲ୍ ଆଡକୁ ତାବ୍ରିଜ୍ ଇରାନର ଖାସାବାଦ ବେସରୁ ୬ ଟି ଫତେହ -101 କ୍ଷେପଣାସ୍ତ୍ର ବୋଧହୁଏ ଉତକ୍ଷେପଣ କରାଯାଇଛି । ଅନ୍ୟପକ୍ଷରେ ଆମେରିକାର ସୈନ୍ୟବାହିନୀ ଏହି ଆକ୍ରମଣ ସମ୍ପର୍କରେ ତୁରନ୍ତ କିଛି କହିବାକୁ ମନା କରିଦେଇଛନ୍ତି ।