spot_img

Latest Posts

ମିସ୍ ସାଉଥ ଆଫ୍ରିକା ପିନ୍ଧିଲେ ୨୦୧୯ ବିଶ୍ୱ ସୁନ୍ଦରୀ ତାଜ୍: ପଢ଼ନ୍ତୁ କଣ ଥିଲା ନିର୍ଣ୍ଣାୟକ ପ୍ରଶ୍ନ

ଆଟଲାଣ୍ଟା: ମିସ୍ ୟୁନିଭର୍ସ ୨୦୧୯ର ତାଜ୍ ପିନ୍ଧିଲେ ମିସ୍ ସାଉଥ୍ ଆଫ୍ରିକା ଜୋଜିବିନି ତୁନଜି । ମିସ୍ ପୁଏରତୋ ରିକୋ ମାଡିସନଙ୍କୁ ପଛରେ ପକାଇ ସେ ମିସ୍ ୟୁନିଭର୍ସର ତାଜ ପିନ୍ଧିଛନ୍ତି । ସେକେଣ୍ଡ ରନର୍ସ ଅପ୍ ହୋଇଛନ୍ତି ମିସ୍ ମେକ୍ସିକୋ । ରବିବାର ସଂଧ୍ୟାରେ ଆଟଲାଣ୍ଟାରେ ଆୟୋଜିତ ଏହି ଇଭେଣ୍ଟରେ ୨୦୧୮ ମିସ ୟୁନିଭର୍ସର ବିଜେତା କାଟ୍ରିଓନା ଗ୍ରେ ଜୋଜିବିନି ତୁନଜିଙ୍କୁ ବିଶ୍ୱ ସୁନ୍ଦରୀ କ୍ରାଉନ ପିନ୍ଧାଇ ଥିଲେ । ଅନ୍ୟ ପକ୍ଷରେ ଭାରତକୁ ପ୍ରତିନିଧିତ୍ୱ କରୁଥିବା ଭର୍ତ୍ତିକା ସିଂହ ଟପ୍ ଟେନକୁ ମଧ୍ୟ ଯାଇପାରିନଥିଲେ ।

୨୬ ବର୍ଷିୟା ଜୋଜିବିନି ତୁନଜି ସାଉଥ୍ ଆଫ୍ରିକାର ଟିସୋଲୋର ବାସିନ୍ଦା । ଜେଣ୍ଡର ବେସ୍ ଭାଓଲାନ୍ସକୁ ଦୃଢ଼ ବିରୋଧ କରିବା ସହ ଏହି ସଂପର୍କିତ କ୍ୟାମ୍ପେନ୍ ଗୁଡ଼ିକରେ ସେ ସାମିଲ ଅଛନ୍ତି । ସେ ପେଶାରେ ଜଣେ ଆଡଭୋକେଟ  ।

https://twitter.com/i/status/1203872106125156354

ତେବେ ଜୋଜିବିନିଙ୍କୁ ପଚରାଯାଇଥିବା ନିର୍ଣ୍ଣାୟକ ପ୍ରଶ୍ନଟି ହେଉଛି,’ ଆଜିକା ଦିନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ କଣ ଯାହା ଆପଣ ଝିଅ ମାନଙ୍କୁ ଶିଖାଇବାକୁ ଚାହିଁବେ ?’ ତେବେ ଏହାର ଉତ୍ତରରେ ଜୋଜିବିନି କହିଥିଲେ ଯେ, ‘ଲିଡରସିପ୍ ସବୁଠୁ ଶକ୍ତିଶାଳୀ ଜିନିଷ ଯାହା ବର୍ତ୍ତମାନ ଆମେ ଯୁବା ମହିଳା ମାନଙ୍କୁ ଶିଖାଇବା ଦରକାର ।‘

ଜୋଜିବିନିଙ୍କ ଏହି ଉତ୍ତରରେ ପ୍ୟାନେଲରେ ବସିଥିବା ଜଜ୍ ମାନଙ୍କୁ ଖୁବ ପସନ୍ଦ ଆସିଥିଲା ।

Latest Posts

Don't Miss