ପଞ୍ଚମ ଶ୍ରେଶୀ EVS ପୁସ୍ତକରେ ଭ୍ରମାତ୍ମକ ତଥ୍ୟ: କଳାହାଣ୍ଡିକୁ ଅନାହାରର ଭୂଖଣ୍ଡ ରୂପ ବର୍ଣ୍ଣନା

1 min read

କଳାହାଣ୍ଡି: NCERT ଦ୍ୱାରା ପ୍ରସ୍ତୁତ ପଞ୍ଚମ ଶ୍ରେଣୀ EVS ପୁସ୍ତକରେ କଳାହାଣ୍ଡି ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ପ୍ରକାଶ ପାଇଛି । ଏଥିରେ ସମୃଦ୍ଧ କଳାହାଣ୍ଡିକୁ ଦରିଦ୍ର ଓ ଅନାହାରର ଭୂଖଣ୍ଡ ରୂପେ ବର୍ଣ୍ଣନା କରାଯାଇଛି । କଳାହାଣ୍ଡି ଜିଲ୍ଲାର ଅଧିବାସୀମାନେ ଖାଇବାକୁ ନପାଇ ପତ୍ର ଓ କନ୍ଦା ଖାଉଛନ୍ତି ବୋଲି ଦର୍ଶାଯାଇଛି । ଯାହାକୁ ନେଇ ଜିଲ୍ଲାରେ ତୀବ୍ର ପ୍ରତକ୍ରିୟା ପ୍ରକାଶ ପାଇଛି । ବର୍ତ୍ତମାନ ସ୍ଥିତିରେ କଳାହାଣ୍ଡି ରାଜ୍ୟର ଦ୍ୱିତୀୟ ଧାନ ଉତ୍ପାଦନକାରୀ ଓ ଶ୍ରେଷ୍ଠ କପା ଉତ୍ପାଦନକାରୀ ଜିଲ୍ଲା ।

ନନ୍ଦିଘୋଷ ଟିଭି ପ୍ରଭାବ, ଭୂଗୋଳ ବହିରେ ଥିବା ତ୍ରୁଟି ସଂଶୋଧନ ହେବ

ପ୍ରତିବର୍ଷ ଜିଲ୍ଲାରୁ ଏକହଜାର କୋଟି ଟଙ୍କାର ଧାନ ବିକ୍ରି ହେବା ସହ ୬୦ ଲକ୍ଷଙ୍କ ମୁହଁରେ ଆହାର ଯୋଗାଉଛି । ଚଳିତ ରବି ଋତୁରେ ଜିଲ୍ଲାରୁ ୨୯ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗୃହିତ ହୋଇଛି । ଏହା ସତ୍ତ୍ୱେ NCERT ପକ୍ଷରୁ ପ୍ରସ୍ତୁତ ପାଠ୍ୟ ପୁସ୍ତକରେ କଳାହାଣ୍ଡି ଜିଲ୍ଲାକୁ ଦରିଦ୍ର ଓ ଅନାହାର ଅଞ୍ଚଳ ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ବୁଦ୍ଧିଜୀବୀ କହିଛନ୍ତି । ତୁରନ୍ତ କେନ୍ଦ୍ର ମାନବ ସମ୍ବଳ ବିଭାଗ NCERT ଏହାକୁ ପ୍ରତ୍ୟାହାର କରିବା ସହ ପୁସ୍ତକ ବିକ୍ରି ନିଷେଧ କରିବାକୁ ଦାବି ହୋଇଛି ।

 

Leave a Reply