ଜୁନାଗଡ଼ରେ ବିଜେଡ଼ିର ଶକ୍ତି ପ୍ରଦର୍ଶନ, ଶଙ୍ଖ ପୁଙ୍କିଲେ ଶତାଧିକ ବିରୋଧି କର୍ମୀ

କଳାହାଣ୍ଡି:  ଜୁନାଗଡ଼ରେ ବିଜେଡିର ମିଶ୍ରଣ ପର୍ବ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଜୁନାଗଡ଼ ଓ ଧର୍ମଗଡ ନିର୍ବାଚନମଣ୍ଡଳୀର ଅନେକ ବିରୋଧି ଦଳର ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ବିଜେଡ଼ିରେ ଯୋଗଦାନ କରିଛନ୍ତି  । ବହୁ ବିଜେପି ଓ କଂଗ୍ରେସ କର୍ମୀ ଆଜି ଶଙ୍ଖ ଫୁଙ୍କିଛନ୍ତି  ।

ପ୍ରଣବ ପ୍ରକାଶ ଦାସଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସଦସ୍ୟ ସୁଜିତ୍ କମାର, ଧର୍ମଗଡ ବିଧାୟକ ମୌଷଧି ବାଗ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଓ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରା, ବଳିଷ୍ଠ ବ୍ୟକ୍ତିତ୍ୱ, ନିର୍ମଳ ଭାବମୂର୍ତ୍ତୀ ଦ୍ୱାରା ପ୍ରଭାବିତ ହୋଇଥିବା କହିଛନ୍ତି ବିଜେଡ଼ିରେ ଯୋଗଦେଇଥିବା କର୍ମୀ ଓ ନେତା  । ଆଗାମୀ ଦିନରେ ବିଜୁ ଜନତା ଦଳକୁ ମଜଭୁତ କରିବା ସହ ପଞ୍ଚାୟତ ନିର୍ବାଚନରେ ଦଳକୁ ବିଜୟ କରିବାର ସଂକଳ୍ପ ନେଇଛନ୍ତି କର୍ମୀ  ।

Leave a Reply