ମହଙ୍ଗା ପଡିଲା ଚେନ୍ ଛିନତାଇ

ଟାଙ୍ଗୀ: ମହଙ୍ଗା ପଡିଲା ଚେନ୍ ଛିନତାଇ । ମହିଳାଙ୍କଠାରୁ ସୁନା ଚେନ୍ ଲୁଟିନେବା ବେଳେ ଚୋରକୁ ଧରି ଉତ୍ତମ ମଧ୍ୟମ ଦେଲେ ଲୋକ । ଏହି ଘଟଣାଟି ଟାଙ୍ଗୀ ଭୂଷଣ୍ଡପୁର ମା ଉଗ୍ରତାରା ମନ୍ଦିର ନିକଟରେ ହୋଇଛି । ଲୁଟେରା ଜଣକ ସ୍କୁଟିରେ ଆସି ଚାଲି ଚାଲି ଯାଉଥିବା ଜଣେ ମହିଳାଙ୍କଠାରୁ ଚେନ୍ ଭିଡି ନେଇଥିଲା । ମହିଳାଙ୍କଠାରୁ ଚେନ ଛଡାଇ ଚମ୍ପଟ ମାରୁଥିବା ସମୟରେ ମହିଳା ଜଣକ ଚିତ୍କାର କରିବାରୁ ଲୁଟେରା ଅଜାଣତରେ ମହିଳାଙ୍କ ଗାଁ ଆଡ଼କୁ ପଳାଇଥିଲେ । ମହିଳାଙ୍କ ପାଟି ଶୁଣି ସ୍ଥାନୀୟ ଲୋକ ଲୁଟେରାକୁ ଧରି ନିର୍ଦ୍ଧୁମ ମାଡ଼ ମାରିଥିଲେ । ତେବେ ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୁଟେରାକୁ ହେପାଜତକୁ ନେବା ସହ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଲୁଟେରା ଜଣକ ଭୁବନେଶ୍ୱର ସ୍ଥିତ ଡୁମୁଡୁମା ଅଞ୍ଚଳର ଶିବ ପ୍ରସାଦ ଦାସ୍ ।