ଶିକ୍ଷକଙ୍କ ନାଁରେ ଫେସବୁକରେ ଫେକ୍ ଆଇଡି, ଚାଟରେ ମାଗୁଛନ୍ତି ଟଙ୍କା

Miscreants Shouting Help In Fake Facebook ID In Name Of Teacher Bhadrak

ଭଦ୍ରକ: ଠକେଇର ମାଧ୍ୟମ ପାଲଟିଛି ସୋସିଆଲ୍ ମିଡିଆ । କିଛି ବ୍ୟକ୍ତି ଫେକ୍ ଆକାଉଣ୍ଟ ଖୋଲି ଟଙ୍କା ମାଗୁଛନ୍ତି । କିଛି ସମସ୍ୟା ଥିବା କହି ଟଙ୍କା ମାଗିବା ସହ ଅନଲାଇନ ଜରିଆରେ ଟଙ୍କା ଟ୍ରାନ୍ସଫର ପାଇଁ ମେସେଜ୍ କରୁଛନ୍ତି । ସୋସିଆଲ୍ ମିଡିଆ ଫେସବୁକରେ ଏଭଳି ମାଳ ମାଳ ଆକାଉଣ୍ଟ ରହିଛି । ଭଦ୍ରକରୁ ଆସିଛି ସେଭଳି ଏକ ମାମଲା । ଜଣେ ଶିକ୍ଷକଙ୍କ ନାମରେ କେହି ନକଲି ଫେସବୁକ୍ ଆକାଉଣ୍ଟ ଖୋଲି ମେସେଜ ଚାଟ୍ ମାଧ୍ୟମରେ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି ।

Miscreants Shouting Help In Fake Facebook ID In Name Of Teacher Bhadrak

ଭଦ୍ରକ ଜିଲ୍ଲା ବାଗୁରାଇ ହାଇସ୍କୁଲରେ ଏନସିସି ଶିକ୍ଷକ ଥିବା ରବି ନାରାୟଣ ମହାନ୍ତିଙ୍କ ନାଁରେ ଟଙ୍କା ମାଗୁଛି ଠକ । ବାଗୁରାଇ ହାଇସ୍କୁଲ ଏକାଧିକ ଛାତ୍ରଛାତ୍ରୀଙ୍କୁଠକ ଟାର୍ଗେଟ କରି ଟଙ୍କା ମାଗୁଛି । ଏନେଇ ଶିକ୍ଷକ ରବି ନାରାୟାଣ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

Miscreants Shouting Help In Fake Facebook ID In Name Of Teacher Bhadrak

ଶିକ୍ଷକ ରବି ନାରାୟଣ କହିଛନ୍ତି ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ, ମୁଁ କାହାକୁ ଟଙ୍କା ମାଗିନି । କେହି ଜଣେ ବଦମାସ ମୋ ନାଁରେ ଏମିତି ଫେକ୍ ଆଇଡି କରିଛି । ସେ ବହୁତ ଜଣଙ୍କୁ ଟଙ୍କା ମାଗିବା ନେଇ ମୁଁ ଫୋନ୍ ପାଉଛି । କାହା ନିକଟକୁ ଟଙ୍କା ମାଗିବା ନେଇ ମେସେଜ ଯାଇଥିଲେ ଟଙ୍କା ନ ପଠାଇବା ଲାଗି ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କୁ କହିଛନ୍ତି ।

Leave a Reply