ଥାନା ସମ୍ମୁଖରେ ଥିବା ଜଗନ୍ନାଥ ମନ୍ଦିରରୁ ଲୁଟ୍
ଭଦ୍ରକ: ଥାନା ଆଗରୁ ଲୁଟ୍ । ଭଦ୍ରକ ଟାଉନ୍ ଥାନା ସମ୍ମୁଖରେ ଥିବା ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଛି । ବିଳମ୍ବିତ ରାତିରେ ଲୁଟେରା ମନ୍ଦିରର କବାଟ ତାଲା ଭାଙ୍ଗି ଠାକୁରଙ୍କ ରୂପା ଅଳଙ୍କାର ସହ ଅନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି । ଶୀତୁଆ ରାତିରେ ପୋଲିସ ଥାନା ଆଗରେ ଥିବା ମନ୍ଦିରରୁ ଏଭଳି ଲୁଟ୍ ପରେ ସ୍ଥାନୀୟବାସୀ ପୋଲିସର ରାତି ପାଟ୍ରୋଲିଂ ଉପରେ ପ୍ରଶ୍ନ ଉଠାଇଛନ୍ତି ।
ପୂଜାରି ସାହିର ଜଗନ୍ନାଥ ମନ୍ଦିରର ନ୍ଦିରର ତାଲା ଭାଙ୍ଗି ରୂପାର ଏକ ବଡ଼ ହାର ସମେତ ବିଭିନ୍ନ ଅଳଙ୍କାର, ବାସନ କୁସନ, ହୁଣ୍ଡି ବାକ୍ସ ଲୁଟି ନେଇଛନ୍ତି ଚୋର । ଗତକାଲି ପହଡ଼ ବନ୍ଦ ହେବାବେଳେ ସବୁ ଠିକ୍ ଥିଲା । ଆଜି ଭୋରରରୁ ପୂଜାରୀ ମନ୍ଦିରକୁ ପୂଜା ପାଇଁ ଆସିଥିବା ବେଳେ ମନ୍ଦିରର ତାଲା ଭାଙ୍ଗିଥିବା ଦେଖିଥିଲେ । ଏନେଇ ଭଦ୍ରକ ଟାଉନ୍ ଥାନାରେ ଅଭିଯୋଗ ହୋଇଛି ।