ଥାନା ଠାରୁ ୨ ଶହ ମିଟର ଦୂରରେ ଆଦିବାସୀ ଦମ୍ପତିଙ୍କ ଠାରୁ ଲୁଟ୍

Miscreants Looted 25 Thousand From Tribal Couple In Betanati

ବାରିପଦା: ଅସୁରକ୍ଷିତ ବେତନଟୀ । ଦିବା ଆଲୋକରେ ମାତିଛନ୍ତି ଲୁଟେରା । ପୋଲିସକୁ ଭ୍ରୁକ୍ଷେପ ନ କରି ଥାନା ଠାରୁ ମାତ୍ର କେଇ ମିଟର ଦୂରରେ କରୁଛନ୍ତି ଛିନତାଇ । ମୟୂରଭଞ୍ଜ ଜିଲ୍ଲା ବେଟନଟୀ ପୋଲିସ ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ଲୁଟ୍ ହୋଇଛି । ଛିନତାଇର ଶିକାର ହୋଇଛନ୍ତି ନିରୀହ ଆଦିବାସୀ ଦମ୍ପତି । ଲୁଟେରା ଦମ୍ପତିଙ୍କ ଠାରୁ ୨୫ ହଜାର ଟଙ୍କା ଛଡ଼ାଇ ଚମ୍ପଟ ହୋଇ ଯାଇଛନ୍ତି ।

ବେତନଟୀ ଆଦିବାସୀ ସାହିର ଲଗେନ ଟୁଡୁ ସ୍ତ୍ରୀଙ୍କ ସହ ଟଙ୍କା ଉଠାଇବାକୁ ସ୍ଥାନୀୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାକୁ ଆସିଥିଲେ । ବ୍ୟାଙ୍କରୁ ଟଙ୍କା ଉଠାଇ ବାହାରିବା କ୍ଷଣି ବାଇକରେ ଦ୍ରୁତ ଗତିରେ ମାଡ଼ି ଆସିଥିଲେ ୨ ଜଣ ଯୁବକ । ଆଖି ପିଛୁଳାକେ ବ୍ୟାଗ ସହ ୨୫ ହଜାର ଟଙ୍କା ଲୁଟି ନେଇ ଫେରାର୍ ହୋଇ ଯାଇଛନ୍ତି ।

ଲୁଟର ଶିକାର ହୋଇଥିବା ଦମ୍ପତି ଏନେଇ ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୂର୍ବରୁ ପେଟ୍ରୋଲ ପମ୍ପରୁ ୧୦ ଦିନରେ ଚାରି ଚାରି ଥର ବନ୍ଧୁକ ମୁନରେ ଲୁଟ୍ ହୋଇଥିଲା ବେଳେ ସିସିଟିଭି ଫୁଟେଜ୍ ରହିଛି । ତଥାପି ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନି ପୋଲିସ ।

Leave a Reply