ଦୋକାନୀଙ୍କ ଠାରୁ ଲୁଟିନେଲେ ୧୨ କେଜି ରୂପା, ୫୦୦ ଗ୍ରାମ୍ ସୁନା

ମେଣ୍ଢାଶାଳ: କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ସଞ୍ଜ ସରୁ ସରୁ ରାଜଧାନୀ ଉପକଣ୍ଠରେ ମାତୁଛନ୍ତି ଲୁଟେରା । ରବିବାର ୬ ମୁଖାପିନ୍ଧା ଦୁର୍ବୃତ୍ତ ବାରଙ୍ଗ ଥାନା ଗୋଡ଼ିସାହି ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ନିକଟରୁ ଲୁଟ୍ କରିଛନ୍ତି । ଲଳିତ ଜୁଏଲାରୀରୁ ହୋଇଛି ସଶସ୍ତ୍ର ଡକାୟତି ।ରବିବାର ରାତି ପ୍ରାୟ ୯ଟା ୩୫ରେ ଲକ୍ଷ୍ମଣ ଚୌଧୁରୀ ଜୁଏଲାରୀ ବନ୍ଦ କରୁଥିଲେ । ହଠାତ୍ ୩ଟି ବାଇକରେ ୬ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ଲକ୍ଷ୍ମଣଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟି ନେଇଥିଲେ ସୁନାଗହଣା । ୧୨ କେଜି ରୂପା ସହ ୫୦୦ରୁ ୬୦୦ ଗ୍ରାମ୍ ସୁନା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।ଲୁଟ୍ ଅଭିଯୋଗ ପରେ ବାରଙ୍ଗ ପୋଲିସ ଛାନଭିନ୍ ଆରମ୍ଭ କରିଛି । ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସ୍ଥାନୀୟ ଲୋକ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ଦାବି କରିଛନ୍ତି ।

Leave a Reply