spot_img

Latest Posts

ରାଜଧାନୀରେ ମାତିଲେ ଲୁଟେରା, ସୁନା ଦୋକାନରୁ ସଟର ତାଡ଼ି ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା। ସୁନା ଦୋକନରୁ ସଟର ତାଡ଼ି ଲୁଟ। ଇନଫୋସିଟି ଥାନା ପଟିଆ ଷ୍ଟେସନ ନିକଟ କଳାରାହାଙ୍ଗ ମା ମଙ୍ଗଳା ଜୁଏଲାରୀରୁ ଲୁଟ ହୋଇଛି। ଦୋକାନର ସଟର ତଡିବା ପୂର୍ବରୁ ଲାଗିଥିବା ସିସିଟିଭିକୁ ବାଉଁଶରେ ବୁଲାଇ ଦେଇଥିଲେ ଲୁଟେରା। ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା। ସିସିଟିଭିରେ କଏଦ ହୋଇଛି ଘଟଣା।

ଇନଫୋସିଟି ଥାନା ପୋଲିସ, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଁଚି ଚଳାଇଛି ତଦନ୍ତ। ଦୋକାନରୁ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିଛି ଟିମ୍‌। ଶାବଳରେ ସଟର ତାଡ଼ିଛନ୍ତି ଏକାଧିକ ଲୁଟେରା। ସମସ୍ତ ଲୁଟେରା ପେଷାଦାର ଥିବା ପୋଲିସ ସନ୍ଦେହ କରୁଛି। ସୁନା ଦୋକାନ ପାଖରେ ଥିବା ବ୍ୟାଙ୍କର ସିସିଟିଭି ସହିତ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୋଲିସ ଛାନବିନ କରୁଛି। ଦୋକାନ ଭିତରେ ଲକର ଥିଲା।

ଲକର ଭାଙ୍ଗିବାକୁ ଉଦ୍ୟମ କରି ବିଫଳ ହୋଇଛି। କ୍ୟାସ କାଉଣ୍ଟର ଭାଙ୍ଗି ୧୫ ହଜାର ଟଙ୍କା ନେଇଛନ୍ତି ଲୁଟେରା। ସୁନାଦୋକାନ ସୋକେଶରେ ଇମିଟେସନ ଥିଲା। ସେଥିରେ ହାତ ମାରିନାହାନ୍ତି ଲୁଟେରା।

Latest Posts

Don't Miss