spot_img

Latest Posts

ଭୁଜାଲିରେ ଆକ୍ରମଣ କରି ଲୁଟିନେଲେ ୧୦ ଲକ୍ଷର ସୁନା

ସୋର : ବାଲେଶ୍ଵର ସିମୁଳିଆ ଅଞ୍ଚଳରେ ବଡ଼ ଧରଣର ଲୁଟ । ଭୁଜାଲିରେ ଆକ୍ରମଣ କରି ଲୁଟିନେଲେ ୧୦ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଓ ଟଙ୍କା। ଗତକାଲି ବିଳମ୍ବିତ ରାତିରେ ସିମୁଳିଆ ଥାନା ଅନ୍ତର୍ଗତ ବାଟି ପଂଚାୟତ ବଣଗଡିଆ ଗାଁରେ ବ୍ୟବସାୟୀ ଆନନ୍ଦ ବେହେରାଙ୍କ ଘରେ ୫ରୁ ୬ ଦୁର୍ବୃତ୍ତ ବାଇକରେ ଆସି ଘର ପଛ ପଟୁ ଛାତ ଉପରେ ଚଢି ଘର ଭିତରକୁ ପଶିଥିଲେ । ଘରେ ପରିବାର ଲୋକ ଶୋଇଥିବା ବେଳେ ଦୃବୁର୍ତ୍ତ ମାନେ ପ୍ରଥମେ ମୋବାଇଲ ଗୁଡିକ ଆଣି ଭାଙ୍ଗି ଦେଇଥିଲେ। ପରେ ଭୁଜାଲିରେ ପୁଅ ରତିକାନ୍ତଙ୍କ ହାତକୁ ଆକ୍ରମଣ କରି ଆଲମିରା ଭାଙ୍ଗି ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କା ସମେତ ସୁନା ରୁପା ଅଳଙ୍କାର ଲୁଟ କରି ଫେରାର ହୋଇଯାଇଥିଲେ ।

ଆକ୍ରମଣରେ ରତିକାନ୍ତ ଗୁରୁତର ହୋଇ ପ୍ରଥମେ ସିମୁଳିଆ ପରେ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି  । ସେହିପରି ମାର୍କୋଣା ବଜାରରେ ଏକ ମୋବାଇଲ ଦୋକାନରେ ତାଲା ଭାଙ୍ଗି ଲୁଟ ଉଦ୍ୟମ କରୁଥିବା ବେଳେ ପାଖ ଦୋକାନୀ ମାଲିକ ଦୋକାନୀଙ୍କୁ ଖବର ଦେବାରୁ ସେ ସିମୁଳିଆ ପୋଲିସ କୁ ଖବର ଦେଇଥିଲେ  । ସଙ୍ଗେ ସଙ୍ଗେ ପୋଲିସ ପହଁଚିବାରୁ ୫ ଜଣ ଯୁବକ ଦୌଡି ପଳାଇ ଯାଉଥିବା ବେଳେ ପୋଲିସ ୩ ଜଣଙ୍କୁ କାବୁ କରିଥିଲା ପୋଲିସ ।

Latest Posts

Don't Miss