ଆଖି ପିଛୁଳାକେ ଲୁଟି ନେଲେ ସାଢ଼େ ୩ ଲକ୍ଷ

ଉଦଳା: ସ୍ପଷ୍ଟ ଦିବା ଲୋକରେ ଲୁଟ୍ । ସାଢ଼େ ୩ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା । ଉଦଳା ଷ୍ଟେଟ ବ୍ୟାଙ୍କରୁ ସକାଳ ପ୍ରାୟ ୧୧ଟା ୪୦ରେ ଧାନଘେରା ଗାଁର ରତିକାନ୍ତ ବେହେରା ୩ ଲକ୍ଷ ୫୦ ହଜାର ଟଙ୍କା ଉଠାଇଥିଲେ । ଦିନ ୧୨ଟା ୧୫ରେ ବ୍ୟାଙ୍କରୁ ଘର ଅଭିମୁଖେ ବାହାରି ଥିଲେ । ଆଉ ପଛେ ପଛେ ପିଛା କରିଥିଲେ ଲୁଟେରା ।
ବିସିପୁର ଛକ ନିକଟରେ ଲୁଟେରା ରତିକାନ୍ତ ଆଗରେ ଗାଡ଼ି ଅଟକାଇ ଟଙ୍କା ଭର୍ତ୍ତି ବ୍ୟାଗକୁ ଝାମ୍ପି ନେଇ ପଳାଇଥିଲେ । ଅଭିଯୋଗ ପରେ ପୋଲିସ ଉଦଳା ଷ୍ଟେଟ ବ୍ୟାଙ୍କରେ ଲାଗିଥିବା ସିସିଟିଭି ଆଧାରରେ ଯାଞ୍ଚ ଆରମ୍ଭ କରିଛି । ଉଦଳା ଥାନାରେ ଏକ ମାମଲା ରୁଜୁ ହୋଇଛି ।