ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଗୁଳିମାଡ଼ କରି ୨ ସମିତିସଭ୍ୟଙ୍କୁ ଅପହରଣ !

Miscreants Kidnapped Two Samitisabhya Before Block Chairperson Elections

ବୌଦ୍ଧ: କାଲି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଆଜି ଫୁଟିଲା ଗୁଳି । ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ସିଙ୍ଗାରୀ ଛକରେ ଫୁଟିଲା ଗୁଳି । ସୁନ୍ଦରଗଡ଼ ବାଲିଶଙ୍କରା ବ୍ଲକ ଅଞ୍ଚଳର ସମିତିସଭ୍ୟଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଗୁଳିମାଡ଼ କରି ୨ଜଣ ସମିତିସଭ୍ୟଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି ।

Miscreants Kidnapped Two Samitisabhya Before Block Chairperson Elections

ଭୁବନେଶ୍ୱରରୁ ବାଲିଶଙ୍କରା ଫେରୁଥିବା ବେଳେ ସିଙ୍ଗାରୀ ଛକରେ ଗୁଳିମାଡ଼ ହୋଇଛି । ଆସନ୍ତାକାଲି ବ୍ଲକ୍ ଚେୟାରମ୍ୟାନ୍ ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ଆକ୍ରମଣ ହୋଇଛି । ବିରୋଧୀ ଗୋଷ୍ଠୀ ଆକ୍ରମଣ କରି ଦୁଇ ଜଣଙ୍କୁ ଅପରହରଣ କରିନେଇଥିବା ଅଭିଯୋଗ ହୋଇଛି । ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।