ଚାନ୍ଦବାଲିର ବୁରିଜାଲ ଗାଁରେ ବୋମା ମାଡ଼: ୧୦ରୁ ଅଧିକ ଆହତ

1 min read

ଭଦ୍ରକ: ଅଶାନ୍ତ ଭଦ୍ରକ ଚାନ୍ଦବାଲିର ବୁରିଜାଲ ଗାଁ । କଥାକଥାକେ ଫୁଟୁଛି ବୋମା । ବୋମାମାଡ଼ରେ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ୧୫ରୁ ଅଧିକ ଘର ଭାଙ୍ଗିଥିବା ସୂଚନା ମିଲିଛି । ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ  ଉତୁକୁଡା ଗ୍ରାମପଞ୍ଚାୟତର ବୁରିଜାଲ ଗାଁରେ କିଛିଦିନ ବ୍ୟବଧାନ ପରେ  ପୁଣି ଫୁଟିଲା ବୋମା ।

ଗତକାଲି ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ନେଇଥିଲା ଉଗ୍ରରୂପ । ଗୋଟିଏ ପକ୍ଷ ଲୋକ ଅନ୍ୟଗୋଷ୍ଠୀ ଲୋକଙ୍କ ଘରେ ବମିଂ କରି ଘର ଦ୍ୱାର ଭାଙ୍ଗିବା ସହ ଆଲମାରୀ ଏବଂ ଦୋକାନ ଭାଙ୍ଗି ଲୁଟ କରିଥିବା ଅଭିଯୋଗ ହୋଇଛି ।  ତାହାସହ ଉଭୟଙ୍କ ମଧ୍ୟରେ ବଚଷା ଚାଲିଥିବା ବେଳେ ବୋମା ମାଡ ହେଇଛି । ବୋମାମାଡ଼ରେ ୧୦ଜଣ ଆହାତ ହୋଇଥିବା ବେଳେ ବହୁ ଘର ନଷ୍ଟ ହୋଇଛି। ଏପରି ଘଟଣାର ପ୍ରତିବାଦ କରିବାରୁ ଜଣେ ମହିଳାଙ୍କୁ ମାଡ଼ମାରି ଗୁରୁତର କରିଦେଇଛନ୍ତି ଉତ୍ୟକ୍ତ ଲୋକେ । ଗୁରୁତର ମହିଳାଙ୍କୁ ପ୍ରଥମେ ଚାନ୍ଦବାଲି ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି l ଗାଁରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ପୋଲିସ ମୁତୟନ କରାଯାଇଛି l ତିନି ଚାରି ଜଣଙ୍କୁ ଚାନ୍ଦବାଲି ପୋଲିସ ଅଟକ ରଖି ପଚରା ଉଚରା ଜାରି ରଖିଥିବା ପୋଲିସ ସୂତ୍ରରୁ ଜଣା ପଡିଛି l

Leave a Reply