ବ୍ରାଉନସୁଗର ବେପାରକୁ ନେଇ ଗୁଳିମାଡ଼, ଜଣେ ଗୁରୁତର

ଆସିକା: କରୋନାକୁ ନେଇ ରାଜ୍ୟସାରା ଲକଡାଉନ୍, ସବୁଠି ଶାନ୍ତ ପରିବେଶ । ଶାନ୍ତ ପରିବେଶକୁ ଅଶାନ୍ତ କରିଛନ୍ତି ଅପରାଧୀ । ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ପିପୁଲ୍ସ କଲେଜ ନିକଟରେ ଗୁଳିମାଡ଼ ହୋଇଛି । ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି ।
ଗୁରୁତର ଜଣକ ରଞ୍ଜନ ଦଳେଇ ବୋଲି ଜଣାପଡ଼ିଛି । ତାଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ବ୍ରାଉନସୁଗର ବେପାରକୁ ନେଇ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି ।