ପ୍ରେମରେ ବିଫଳ ହେବାରୁ ପ୍ରେମିକର ନାରକୀୟ କାଣ୍ଡ

ଭୁବନେଶ୍ୱର :  ମଧ୍ୟରାତ୍ରୀରେ ନାରକୀୟକାଣ୍ଡ ଘଟାଇଲା ଦୁର୍ବୃତ୍ତ । ବ୍ଲେଡ୍‌ରେ ସ୍ୱାମୀର ତଣ୍ଟି କାଟିଲା, ସ୍ତ୍ରୀକୁ ଛୁରାମାଡ଼ କଲା । ମଞ୍ଚେଶ୍ବର ଥାନା ପଣ୍ଡରା ଛକ ନିକଟରେ ଥିବା କିମ୍ଭିରିଆ ବସ୍ତିରେ ଅଘଟଣ । ଦୁଇ ଜଣ ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ୧୦୮ ଆମ୍ବୁଲାନ୍ସ ଯୋଗେ ରାତି ପ୍ରାୟ ଗୋଟାଏ ବେଳେ ହସ୍ପିଟାଲ ନିଆଯାଇଛି । ସ୍ୱାମୀ ସତ୍ୟଘନ ସ୍ୱାଇଁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମଞ୍ଚେଶ୍ବର ପୋଲିସ ଘଟଣାର ଛାନଭିନ ଚଳାଇଛି । ପ୍ରେମରେ ବିଫଳ ହେବାରୁ ନିଶାଶକ୍ତ ଅବସ୍ଥାରେ ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ ।