ଟଙ୍କା ଲୁଟିବାକୁ ଆସିଥିଲେ, ଲକର ଖୋଲିଲାନି ବୋଲି କମ୍ପ୍ୟୁଟର ନେଇଗଲେ

ଖୋର୍ଦ୍ଧା: ସଦର ଥାନା ଗୁଡୁମ୍ ଗାଁରେ ଥିବା ବ୍ୟାଙ୍କ୍ ଅଫ ବରୋଦା ଶାଖା କାର୍ଯ୍ୟାଳୟରୁ ଲୁଟ୍ । ଗତ ରାତିରେ ଡକାୟତି ହୋଇଥିବାର ଅଭିଯୋଗ ହୋଇଛି। ଡକାୟତ ମାନେ ବ୍ୟାଙ୍କରୁ କମ୍ପ୍ୟୁଟର, ଲାପଟପ୍, ଏବଂ ଅନ୍ୟ କିଛି ସାମଗ୍ରୀ ନେଇଯାଇଛନ୍ତି।

ଲକର ଖୋଲିବାରେ ବିଫଳ ହୋଇଥିବାରୁ ଟଙ୍କା ଲୁଟ୍ କରିପାରି ନାହାନ୍ତି ଦୁର୍ବୃତ୍ତ । ଫଳରେ ସେମାନେ ନିରୂପାୟ ହୋଇ ଲାପଟପ ଓ କମ୍ପ୍ୟୁଟର ଲୁଟ୍‌ କରିନେଇଛନ୍ତି । ବ୍ୟାଙ୍କ କତ୍ତୃପକ୍ଷଙ୍କ ଠାରୁ ଅଭିଯୋଗ ପାଇବା ପରେ ପୋଲିସ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।