ରାଜଧାନୀରେ ମାତିଲେ ଲୁଟେରା ଗ୍ୟାଙ୍ଗ, ଆପାର୍ଟମେଣ୍ଟରେ ବୁଲାଇଲେ କଳାକନା

ଭୁବନେଶ୍ବର: ମଞ୍ଚେଶ୍ବର ଥାନା ଅଧିନ ଗାଡ଼କଣ ଅଞ୍ଚଳରୁ ସିରିଜ ଲୁଟ୍ । ବିଳମ୍ବିତ ରାତିରେ ଆପାର୍ଟମେଣ୍ଟରେ କଳାକନା ବୁଲାଇଲେ ଲୁଟେରା । ଏକକାଳୀନ ୫ଟି ଫ୍ଲାଟରୁ ଲୁଟ୍ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି ।

ତାଲା ଭାଙ୍ଗି ଟଙ୍କା ଓ ସୁନା ଲୁଟି ନେଇଛନ୍ତି ଲୁଟେରା । ଘଟଣାସ୍ଥଳରେ ମଞ୍ଚେଶ୍ବର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଗତକାଲି ମଧ୍ୟ ମଞ୍ଚେଶ୍ବର ଥାନା ଅଞ୍ଚଳରୁ ଲୁଟ୍ ହୋଇଥିଲା ।

ଗତ ମାସକରେ ରାଜଧାନୀରେ ଥିବା ୨୧ଟି ଆପାର୍ଟମେଣ୍ଟରୁ ଲୁଟ ପରେ ଲୋକଙ୍କୁ ସତର୍କ କରାଇଛି କମିଶନରେଟ ପୋଲିସ । ପୋଲିସକୁ ଦୋଷ ନଦେଇ ନିଜେ  ସଚେତନ ହେବାକୁ ପରାମର୍ଶ ଦେଇଛି ପୋଲିସ । ସିକ୍ୟୁରିଟି ଗାର୍ଡ ଓ ସିସିଟିଭିକୁ ସେମାନଙ୍କ ଖାତିର ନାହିଁ  । କେବଳ ପୋଲିସକୁ ଦୋଷ ନଦେଇ ଲୋକେ ନିଜେ ସଚେତନ ହୁଅନ୍ତୁ । ଘର ଛାଡ଼ି ବାହାରକୁ ଯିବା ବେଳେ ଅଜଣା ଲୋକଙ୍କୁ ନଜଣାଇବା ସହ ସୋସିଆଲ ମିଡିଆରେ ଫଟୋ ଆସିବା ପର୍ଯ୍ୟନ୍ତ ପୋଷ୍ଟ ନକରିବା ପାଇଁ ଟୁଇନ ସିଟି ବାସୀଙ୍କୁ ସଚେତନ କରିଛନ୍ତି ପୋଲିସ କମିଶନର।