ଗାଁ ମଝିରେ ପଡିରହିଛି ମିଟର ରିଡରଙ୍କ ମୃତଦେହ, ହତ୍ୟା ପରେ ଚାପା ଉତ୍ତେଜନା

ଭଞ୍ଜନଗର: ତାରାସିଂ କୁପାଟି ଗାଁରେ ଘଟିଛି ଅମାନବୀୟ ହତ୍ୟାକାଣ୍ଡ । ଜଣେ ମିଟର ରିଡରଙ୍କୁ ଗାଁରେ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି । ମୃତକ ଗାଲେରୀ ଗାଁର ଲଷ୍ମୀନାରାୟଣ ତ୍ରିପାଠୀ ବୋଲି ଜଣାପଡିଛି । ଲଷ୍ମୀନାରାୟଣ ଆଜି ସକାଳୁ କୂପାଟି ଗାଁକୁ ମିଟର ରିଡିଂ ଆଣିବା ପାଇଁ ଯାଇଥିଲେ । ଗାଁ ମଝିରେ କିଛି ଦୁର୍ବୃତ୍ତ ଅତର୍କିତ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଗାଁ ମଝିରେ ମୃତଦେହ ପଡି ରହିଛି । ତାରାସିଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଜଣଙ୍କୁ ଅଟକ ରଖିଛି । ଘଟଣାସ୍ଥଳରେ ଚାପା ଉତେଜନା ଲାଗି ରହିଛି ।