ସ୍ୱାମୀ ସ୍ତ୍ରୀ ଶୋଇଥିବା ବେଳେ ଘର ଉପରକୁ ବୋମା ପକାଇଲା ଦୁର୍ବୃତ୍ତ

ବ୍ରହ୍ମପୁର: ବ୍ରହ୍ମପୁର ସଦରଥାନା ଗୁରୁଣ୍ଠି ପଞ୍ଚାୟତର ଶ୍ରୀରଙ୍ଗରାଜପୁର ଗ୍ରାମରେ ବୋମା ମାଡ଼ । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ରାତି ପ୍ରାୟ ୧୨ଟା ବେଳେ ହୋଇଥିଲା ବୋମା ମାଡ଼ । ଗ୍ରାମର ଜଣେ ଦୁର୍ବୁର୍ତ୍ତ ସେହି ଗ୍ରାମର ପି.ତ୍ରିଲୋଚନ ପାତ୍ରଙ୍କୁ ପୂର୍ବରୁ ଧମକଚମକ ଦେଉଥିଲା । ରାତିରେ ପି. ତ୍ରିଲୋଚନ ଓ ତାଙ୍କ ପତ୍ନୀ ଶୋଇଥିବା ବେଳେ ଦୁର୍ବୁର୍ତ୍ତ ଜଣଙ୍କ ଘର ଉପରକୁ ବୋମା ପକାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଏ ନେଇ ଅଭିଯୋଗ ପରେ ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।