ଘର ଭିତରକୁ ଫିଙ୍ଗିଲେ ପେଟ୍ରୋଲ କଲେ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ପରିବାର

କେନ୍ଦୁଝର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ବୋମାମାଡ କଲେ ଦୁର୍ବୃତ୍ତ । ଘରର ଆସବାବପତ୍ର ଜଳିଯଯିବା ସହ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । କରମଙ୍ଗି ପଞ୍ଚାୟତ ସିନ୍ଦୁରିଆ ଗାଁ ପୁଢେଇଝୋଳ ସାହିରେ ପୂର୍ବ ଶତ୍ରୁତାରୁ ହତ୍ୟା ଉଦ୍ଦେଶ୍ୟରେ ଜଣେ ବ୍ୟକ୍ତିଙ୍କ ଘରେ ପେଟ୍ରୋଲ୍ ଓ ବୋମାମାଡ଼ କରାଯାଇଛି।

ଗାଁର କାର୍ତ୍ତିକ ନାୟକଙ୍କ ପୁଅ ସୋମନାଥ ନାୟକଙ୍କ ଶୋଇବା ଘରର ଝରକା ଦେଇ କେହି ଦୁର୍ବୃତ୍ତ ପାଇପ୍ ଓ ଫନେଲ୍ ସାହାଯ୍ୟରେ ପେଟ୍ରୋଲ୍ ପକାଇବା ପରେ ବୋମା ଫିଙ୍ଗି ଦେଇଥିଲେ । ସୌଭାଗ୍ୟକୁ ସୋମନାଥ ଘର ଭିତରେ ନ ଶୋଇ ବାହାରେ ଶୋଇଥିଲେ। ତାଙ୍କର କୌଣସି କ୍ଷତି ହୋଇନଥିବା ବେଳେ ଘରର ଆସବାବପତ୍ର ଜଳି ପୋଡ଼ି ନଷ୍ଟ ହୋଇଛି। ପୋଲିସର ତଦନ୍ତ ଜାରି ରହିଛି ।