୭ଟି ଟ୍ରକରେ ନିଆଁ ଲଗାଇ ଦେଲେ ଉଗ୍ରବାଦୀ, ୫ ଡ୍ରାଇଭର ମୃତ
1 min read
ଦିଶପୁର: ଆସାମରେ ହିଂସା । ଦିମା ହସାଓ ଜିଲ୍ଲାରେ ଉଗ୍ରବାଦୀ ହିଂସାକାଣ୍ଡ ଘଟାଇଛନ୍ତି । ଉମରଙ୍ଗସୋ ଲଙ୍କା ରୋଡରେ ୭ଟି ଟ୍ରକରେ ନିଆଁ ଲଗାଇ ଦେଇଛନ୍ତି ଉଗ୍ରବାଦୀ । ଯେଉଁଥିରେ ୫ ଜଣ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଏବେ ସେଠାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ବିଳମ୍ବିତ ରାତିରେ ଏହି ହିଂସାକାଣ୍ଡ ଘଟିଛି । ଟ୍ରକ୍ ଜାଳିଦେବା ସହ ଉଗ୍ରବାଦୀ ଗୁଳିମାଡ଼ କରିଥିବା ଜଣାପଡ଼ିଛି ।
ପୋଲିସ ୫ ଜଣ ଟ୍ରକ୍ ଡ୍ରାଇଭରଙ୍କ ମୃତଦେହ ଜବତ କରିଛି । ଏଭଳି ହିଂସାକାଣ୍ଡ DNLA ଉଗ୍ରବାଦୀ ସଂଗଠନ କରିଥିବା ପୋଲିସ ଅନୁମାନ କରୁଛି । ଘଟଣା ପରେ ଆସାମ ରାଇଫଲ୍ସ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ବଡ଼ ଧରଣର ସର୍ଚ୍ଚ ଅପରେସନ୍ କରାଯାଉଥିବା ଏସପି ସୂଚନା ଦେଇଛନ୍ତି ।