ନନ୍ଦିଘୋଷ ବ୍ୟୁରୋ : ଟ୍ରେନ ଧକ୍କାରେ ଚାଲିଗଲା ୪ ଜୀବନ। ଉତ୍ତରପ୍ରଦେଶ ମୀର୍ଜାପୁରରେ ଘଟିଛି ଅଘଟଣ। ଟ୍ରେନ ଲାଇନ ଅତିକ୍ରମ କରୁଥିବାବେଳେ ସେମାନଙ୍କୁ ଧକ୍କା ଦେଇଥିଲା ଟ୍ରେନ। ଗୋଟିଏ ଟ୍ରେନରୁ ଓହ୍ଲାଇ ଅନ୍ୟ ଟ୍ରେନ ଲାଇନ ପାର ହେଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ମୀର୍ଜାପୁର ଅନ୍ତର୍ଗତ ଚୁନାର ଜଙ୍କସନରେ ଘଟିଛି ଅଘଟଣ। ଏହି ଜଙ୍କସନରେ ସେମାନେ ଚୋପାନ-ପ୍ରୟାଗରାଜ ଏକ୍ସପ୍ରେସରୁ ଓହ୍ଲାଇ ରେଳଲାଇନ ଅତିକ୍ରମ କରୁଥିବାବେଳେ ହାଓଡା-କାଲକା ନେତାଜୀ ଏକ୍ସପ୍ରେସ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାର ତଦନ୍ତ ଜାରି ରହିଛି। ମୃତକଙ୍କ ପରିଚୟ ଜଣାପଡିନାହିଁ।

