ମିର୍ଜାପୁର ସିଜନ-୩ କେବେ ରିଲିଜ୍ ହେବ ? ପୋଷ୍ଟରକୁ ଡିକୋଡ୍ କରି ଜାଣନ୍ତୁ ରିଲିଜ୍ ଡେଟ୍

ନନ୍ଦିଘୋଷ ବ୍ୟୁରୋ: ୱେବ ସିରିଜ ମିର୍ଜାପୁରର ତୃତୀୟ ସିଜିନ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି  । କିନ୍ତୁ ରିଲିଜ ଡେଟ୍‌ରୁ ସସପେନ୍ସ ଉଠାଇ ନାହାନ୍ତି ନିର୍ମାତା  । ମିର୍ଜାପୁରର ଷ୍ଟାରକାଷ୍ଟ ଓ ମେକର୍ସ କିଛି ଦିନ ଧରି ଦର୍ଶକ ଓ ପ୍ରଶଂସକଙ୍କୁ ସସ୍‌ପେନ୍ସରେ ରଖିଛନ୍ତି  । କିଛି ଘଣ୍ଟା ପୂର୍ବରୁ ନିର୍ମାତା ଏକ କମିକ୍‌ ପୋଷ୍ଟର ରିଲିଜ କରିଛନ୍ତି  । ଏହି ପୋଷ୍ଟରରେ ରିଲିଜ ଡେଟ ରହିଛି  । ତାରିଖ ବିଲକୁଲ ସ୍ପଷ୍ଟ ନଥିବା ବେଳେ ନିଜ ସମୟ ନେଇ ଲଜିକ୍‌ ବ୍ୟବହାର କରିବାକୁ ନିର୍ମାତା କହିଛନ୍ତି  । ଏହି ପୋଷ୍ଟରରେ ମିର୍ଜାପୁରର ଅନେକ ସିନ୍‌କୁ ରଖି ପ୍ରସ୍ତୁତ କରାଯାଇଛି  ।

ପ୍ରାଇମ ଭିଡିଓ ଏହି ପୋଷ୍ଟର ସେୟାର କରି ଲେଖିଛି ଯେ ଏବେ ମିର୍ଜାପୁର ସିଜିନ ୩ କେବେ ଆସୁଛି ପଚାରିବାକୁ ପଡିବ ନାହିଁ, ଖୋଜିବାକୁ ହେବ  । ପୋଷ୍ଟରର ସବୁଠାରୁ ଉପରେ କ୍ୟାପସନରେ ଲେଖାଯାଇଛି ମିର୍ଜାପୁର ସିଜନ ୩ର ରିଲିଜ ଡେଟ୍‌ ଏଥିରେ ରହିଛି  । ଖୋଜି ପାରିବେ ଯଦି ଖୋଜନ୍ତୁ  । ପୋଷ୍ଟରରେ ସିରିଜର ସମସ୍ତ ବଡ ଓ ମୁଖ୍ୟ କଳାକାରଙ୍କ କମିକ ଭର୍ସନ ସାମିଲ ରହିଛି  ।

ପ୍ରଶଂସକ ମାନେ ଏହି ପୋଷ୍ଟର ଦେଖିବା ପରେ କମେଣ୍ଟ କରି ରିଲିଜ ଡେଟ୍‌ର ଖୁଲାସା କରିଛନ୍ତି  । ଜଣେ ୟୁଜର ଲେଖିଛନ୍ତି ପୋଷ୍ଟରରେ ୭ ଜଣ ଚରିତ୍ର ଅଛନ୍ତି  । ୭ଟି ମ୍ୟାଟ୍‌ ପଡିଛି  । ଗାଡି ଉପରେ ୭ ଲେଖାଯାଇଛି  । ଏହି ହିସାବରେ ୭.୭.୨୦୨୪ରେ ସିରିଜ ରିଲିଜ ହେବ  । ଆଉ କିଛି ୟୁଜର ସିରିଜ ଜୁଲାଇ ମାସରେ ରିଲିଜ ହେବା ନେଇ ଦାବି କରିଛନ୍ତି  । ସଠିକ ଅନୁମାନ ଲଗାଉଥିବା ୟୁଜର୍ସଙ୍କୁ ମେସେଜ କରି ରିଲିଜ ଡେଟ୍‌ କୁହାଯିବ ବୋଲି ନିର୍ମାତା କହିଛନ୍ତି  ।