ନାବାଳିକାଙ୍କୁ ଗଣଦୁଷ୍କର୍ମ: ୩୬ ଘଣ୍ଟା ପରେ ଘର ପଛପଟୁ ବେହୋସ ଅବସ୍ଥାରେ ନାବାଳିକା ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁରରେ ଲଜ୍ଜା । ୧୩ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ୩୬ ଘଣ୍ଟା ପରେ ଘର ପଛପଟୁ ବେହୋସ ଅବସ୍ଥାରେ ନାବାଳିକା ଉଦ୍ଧାର କରାଯାଇଛି । ଅଭିଯୋଗ ପରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

ମେରାଇନ ଥାନା ଅଞ୍ଚଳର ଏକ ଗାଁରେ ଏହି ଘଟଣା ଘଟିଛି । ନାବାଳିକା ଜଣଙ୍କ ଶୌଚ ପାଇଁ ଯାଇଥିବା ବେଳେ କିଛି ଯୁବକ ତାଙ୍କୁ ଉଠାଇ ନେଇଥିଲେ । ଦୁଷ୍କର୍ମ ପରେ ତାଙ୍କୁ ଘର ପଛ ପଟେ ପକାଇ ଦେଇଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ନିଆଯାଇଛି । ପୀଡ଼ିତା ନାବାଳିକାଙ୍କ ଅବସ୍ଥା ସ୍ଥିର ରହିଛି ।

ଡାକ୍ତରୀ ମାଇନା ପରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ପୀଡ଼ିତା ନାବାଳିକାଙ୍କ ବୟାନ ରେକର୍ଡ କରାଯିବ । ମହିଳା ଥାନା ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି । ନାବାଳିକା ଜଣଙ୍କ ନିଜ ଅଜାଙ୍କ ଘରେ ରହି ପାଠ ପଢ଼ନ୍ତି । ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ମାଆ ପୁରୀରେ ରହି କାମ କରନ୍ତି ।

Leave a Reply