ବାଲେଶ୍ବର : ଅଧାରେ ରହିଗଲା ବାହାଘର । ନାବାଳିକା ସହ ବିବାହ ହେଉଥିବା ଅଭିଯୋଗ ଆସିବା ପରେ ପୋଲିସର କାର୍ଯ୍ୟାନୁଷ୍ଠାନ । ବାହାଘର ମଝିରୁ ବର କନିଆଙ୍କୁ ଉଠାଇ ନେଲା ପୋଲିସ। ବାଲେଶ୍ଵର ସହଦେବ ଖୁଣ୍ଟା ଥାନାରେ ବର କନିଆ ଅଟକ । ବାଲେଶ୍ଵର ବାଲିଆ ଅଞ୍ଚଳରେ ବିଳମ୍ବିତ ରାତିରେ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ସହ ଜଣେ ନାବାଳିକାଙ୍କ ବିବାହ ହେଉଥିଲା । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟ ବର ଓ କନ୍ୟାକୁ ଥାନାକୁ ଉଠାଇ ନେଇଛି ।
ବ୍ୟକ୍ତି ଜଣକ ବାଲେଶ୍ଵର ପୋଲିସ ଲାଇନ୍ ଛକରେ ଅଟୋ ଚଳାଉଥିବା ବେଳେ ଯୁବତୀଙ୍କ ସହ ବିଭିନ୍ନ ସମୟରେ ଦେଖା ହେଉଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯୁବତୀଙ୍କ ଜନ୍ମ ପ୍ରମାଣ ପତ୍ର, ସାର୍ଟିଫିକେଟ କିମ୍ବା ଆଧାରକାର୍ଡ ନଥିବାରୁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

