ସିନ୍ ସୁଟ ନାଁ ରେ ରାତିରେ ନାବାଳିକାଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର: ଆଲବମରେ ହିରୋଇନ କରେଇ ଦେବାକୁ କହି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲା । ଅଭିଯୁକ୍ତର ଭଡ଼ା ଘରେ ସାଇଣ୍ଟିଫିକ ଟିମ ଓ ଭରତପୁର ପୋଲିସର ତନାଘନା । ଘର ଭିତରୁ ଗାମୁଛା, ତକିଆ ସହିତ ପୋଲିସ ଡ୍ରେସ ଓ ସଦିଗ୍ଧ ସାମଗ୍ରୀ ଜବତ କରିଛି ପୋଲିସ । ସେପଟେ ଘଟଣାରେ ଜଣକୁ ଅଟକ ରଖିଛି ପୋଲିସ । ଦୁଷ୍କର୍ମ ମାମଲାରେ କେତେଜଣ ସମ୍ପୃକ୍ତ ଅଛନ୍ତି ସେନେଇ ଖୋଳତାଡ଼ ଜାରି ରହିଛି ।

ଗତ 3 ତାରିଖବିଳମ୍ବିତ ରାତିରେ ସୁରଜ ସାମଲ ଓ ବିଷ୍ଣୁ ନାମକ ଦୁଇ ଜଣ ଜୁନିୟର ଆର୍ଟିଷ୍ଟ ଜଣେ  ନାବାଳିକାଙ୍କୁ ଅଭିନୟ କରିବାକୁ କହି ଡାକି ନେଇଥିଲେ । ଦିନରେ ସୁଟିଂ କରିଥିବାବେଳେ ରାତିରେ କିଡନାପ୍ ସିନ ଥିବା କହିଥିଲେ ଅଭିଯୁକ୍ତ  । ଏକ ଘରେ ରାତିରେ ତାଙ୍କ ମୁହଁରେ କପଡ଼ା ବାନ୍ଧି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ଅଭିଯୋଗକାରୀ  । ସେପଟେ ଭରତପୁର ଥାନାରେ ଅଭିଯୋଗ ପରେ ନାବାଳିକାର 161 ଧାରାରେ ବୟାନ ରେକର୍ଡ ସହିତ ଡାକ୍ତରୀ ମାଇନା କରାଯାଇଛି ।

Leave a Reply