ଧାର ଟଙ୍କା ମାଗିବାରୁ ନାବାଳିକାଙ୍କୁ ଅସଦାଚରଣ
ବାରିପଦା: ଧାର ଟଙ୍କା ମାଗିବାରୁ ନାବଳିକାଙ୍କ ସହ ଅସଦାଚରଣ । ଗୁରୁତର ଅବସ୍ଥାରେ ନାବାଳିକା ପିଆରଏମ୍ରେ ଭର୍ତ୍ତି ହୋଇଛନ୍ତି । ଘଟଣାରେ ଦୁଇ ଯୁବକ ଅଟକଙ୍କୁ ପୋଲିସ ଅଟକ ରଖିଥିବା ବେଳେ ୩ଜଣ ଫେରାର ହୋଇଯାଇଛନ୍ତି ।
ବାରିପଦା କଳିକାପୁର ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଧାର ନେଇଥିବା ଟଙ୍କା ମାଗିବାରୁ ୫ଜଣ ଦୁର୍ବୃତ୍ତ ଏହି ଆତଙ୍କ ଖେଳାଇଥିଲେ । ଘରେ ପସି ପରିବାର ଉପରେ ଆକ୍ରମଣ ସହ ନାବାଳିକା ସହ ଅସଦାଚରଣ କରିଥିଲେ ।
ଏନେଇ ବାରିପଦା ଥାନାରେ ପରିବାର ପକ୍ଷରୁ ଅଭିଯୋଗ ପରେ ୨ ଦୁବୃତ୍ତଙ୍କୁ ଅଟକ ରଖିଛି ପୋଲିସ। ହେଲେ ଆଉ ତିନି ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଅଭିଯୁକ୍ତମାନେ ହେଲେ ରମେଶ ଟୁଡୁ, ବାଙ୍ଗୁରୁ ଟୁଡୁ, ଭାନୁ ଦାସ ଓ କାହ୍ନା ଦାସ ।