spot_img

Latest Posts

ନାବାଳିକା ଗଣଦୁଷ୍କର୍ମ ମାମଲା, ହାଇକୋର୍ଟରେ ଜବାବ ଦାଖଲ କଲା କ୍ରାଇମବ୍ରାଞ୍ଚ

କଟକ: ଭୁବନେଶ୍ୱର ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ହାଇକୋର୍ଟରେ ଜବାବ ଦାଖଲ କଲା କ୍ରାଇମବ୍ରାଞ୍ଚ । ଆସନ୍ତା ୧୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ନାବାଳିକା ଗଣଦୁଷ୍କର୍ମ ମାମଲାରେ ତଦନ୍ତ ନିର୍ଦେଶ ମିଳିବା ପରେ ମାରାଥନ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । କମିଶନରେଟ ପୋଲିସର ତଦନ୍ତର ଅଗ୍ରଗତି ରିପୋର୍ଟକୁ ନେଇ କ୍ରାଇମବ୍ରାଞ୍ଚ ଛାନଭିନ୍‌ କରୁଛି ।

Minor-Girl Gangrape Case, Crime Branch Submitted Report In HC

କେମିତି ଘଟିଲା ଘଟଣା, ପୀଡ଼ିତାଙ୍କ ପରିବାରକୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ଓଟିଭି କାର୍ଯ୍ୟାଳୟରେ ମଧ୍ୟ ତନାଘନା କରିବା ସହ ଓଟିଭି ଏମ୍‌ଡି ଜଗୀ ମଙ୍ଗତ ପଣ୍ଡାଙ୍କ ପିଏଙ୍କ ସମେତ ତିନି ଜଣ କର୍ମଚାରୀଙ୍କୁ ହାଜର ହେବା ପାଇଁ କ୍ରାଇମବ୍ରାଞ୍ଚ ନୋଟିସ୍ କରିଥିଲା ।

Latest Posts

Don't Miss